POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗରେ AITUCର ପଞ୍ଚମ ଜିଲ୍ଲା ସମ୍ମିଳନୀ, ଗଠିତ ହେଲା ୩୭ ଜଣିଆ ଜିଲ୍ଲା କମିଟି

Article Image


କୁଜଙ୍ଗ , 17/10/2026, ଉତ୍କଳ voice news - utkalvoicenews.com: (ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :

ତାରିଖ: ୧୭/୧୦/୨୦୨୬ : ଶ୍ରମିକଙ୍କ ଅଧିକାର ସୁରକ୍ଷା, ସଂଗଠନର ସୁଦୃଢ଼ୀକରଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲକ୍ଷ୍ୟରେ କୁଜଙ୍ଗ ସୂଚନା ଭବନଠାରେ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ କଂଗ୍ରେସ (AITUC)ର ପଞ୍ଚମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଯୋଗଦେଇଥିଲେ। ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ସିପିଆଇ ନେତା ଶଶୀ ଭୂଷଣ ସ୍ୱାଇଁ ପତାକା ଉତ୍ତୋଳନ କରିଥିଲେ। ପରେ ଏକ ଶୋଭାଯାତ୍ରା ସୂଚନା ଭବନରେ ପହଞ୍ଚିଥିଲା। ଏହି ସମ୍ମିଳନୀରେ ସିପିଆଇର ବରିଷ୍ଠ ନେତା ବିଜୟ ମହାନ୍ତି, ଜିଲ୍ଲା ସମ୍ପାଦକ ଅଜୟ ବେହେରା, ଶ୍ରମିକ ନେତା ବିଷ୍ଣୁ ଚରଣ...

ପଢିବା ଜାରି ...

କୁଜଙ୍ଗରେ ଛାତ୍ର ରାଜନୀତିର ଚର୍ଚ୍ଚା, BCJDର ବିଜୟ ରାଲିରେ ଉତ୍ସାହ

Article Image


କୁଜଙ୍ଗ , 17/10/2026, ଉତ୍କଳ voice news - utkalvoicenews.com: (ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :

ତାରିଖ: ୧୬/୧୦/୨୦୨୬ : କୁଜଙ୍ଗ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ BCJDର ବିଜୟ ପରେ ଦଳ ପକ୍ଷରୁ ଏକ ବିଶାଳ ବିଜୟ ରାଲି ଅନୁଷ୍ଠିତ ହୋଇଥିଲା। ସନ୍ତରା ନିକଟସ୍ଥ ପାର୍ଟି କାର୍ଯ୍ୟାଳୟରୁ ବାହାରିଥିବା ରାଲି କୁଜଙ୍ଗ ମହାବିଦ୍ୟାଳୟ ଦେଇ ସହର ପରିକ୍ରମା କରିଥିଲା। ବାଜାର ତାଳେ ସମର୍ଥକଙ୍କ ଉତ୍ସାହ ଓ ଉଲ୍ଲାସ ମଧ୍ୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଖୋଲା ଜିପ୍‌ରେ ବିଜୟୀ ସଭାପତି ପ୍ରିୟବ୍ରତ ମହାରଣା, ସମ୍ପାଦିକା ଲିଜା ଦାସଙ୍କ ସମେତ ଅନ୍ୟ ବିଜୟୀ ପ୍ରାର୍ଥୀମାନେ ରାଲିରେ ସାମିଲ ହୋଇଥିଲେ। ରାଲି ପରେ ସମସ୍ତ ନିର୍ବାଚିତ ପ୍ରାର୍ଥୀ ବିଜେଡିର...

ପଢିବା ଜାରି ...

ହାଜିପୁରର ୪୦୦ ବର୍ଷର ଇତିହାସକୁ ନେଇ ପୁସ୍ତକ ଲୋକାର୍ପିତ

Article Image


କୁଜଙ୍ଗ, ତାଳଦଣ୍ଡା, 17/10/2026, ଉତ୍କଳ voice news - utkalvoicenews.com: ( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ବ୍ରହ୍ମ ଜଗନ୍ନାଥ ମିଶନ ପରିସରରେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ରଚିତ "ହାଜିପୁର ଇତିହାସ "ଚାରିଶହ ବର୍ଷର" ବ୍ରହ୍ମ ଜଗନ୍ନାଥ ମିଶନ ଓ ସରିତା ସାହିତ୍ୟ ସଂସଦ ଅଧ୍ୟକ୍ଷ କ୍ୟାପଟେନ ଡ଼ଃ ସଂଜୀବ କୁମାର ମୁଦୁଲିଙ୍କ କରକମଳରେ ପ୍ରଦାନ କରାଯାଇଥିବାବେଳେ ପ୍ରଥମେ ତାଙ୍କ ଦ୍ୱାରା ଶ୍ରୀ ଶ୍ରୀ ଜଗନ୍ନାଥ ଏବଂ ମା ଜ୍ୟୋତିପ୍ରଭାଙ୍କ ଚରଣ କମଳରେ ପୁସ୍ତକଟି ଅର୍ପଣ କରାଯାଇଥିଲା l ପରେ ତାହା ରଜନୀଦେବୀ ଜରାଶ୍ରମ ଅଧ୍ୟକ୍ଷା ଆଇନଜୀବୀ ମଞ୍ଜୁଲତା ରାଉତ, ସରିତା ସାହିତ୍ୟ ସଂସଦ ସମ୍ପାଦିକା ରୁନୀଲତା ମଲ୍ଲିକ,...

ପଢିବା ଜାରି ...

ଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ସେବା କାର୍ଯ୍ୟ।

Article Image


ଏରସମା, 17/10/2026, ଉତ୍କଳ voice news - utkalvoicenews.com: ( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଶ୍ରୀ ସତ୍ୟସାଇ ସେବା ସଂଗଠନ ଜଗତସିଂହପୁର ଜିଲ୍ଲା ତରଫରୁ ସାଇବାବା ଙ୍କ ଦିବ୍ୟ ବାଣୀ ସ୍ବଚ୍ଛତାରୁ ଦିବ୍ୟତ୍ବ ବାଣୀକୁ ପାଥେୟ କରି ଅର୍ଥାତ ଯେଉଁଠାରେ ସ୍ଵଛତା ବା ପରିଷ୍କାର ପରିଚ୍ଛନ୍ନ ରହିଥାଏ ସେଠାରେ ସ୍ବୟଂ ଭଗବାନ ବିରାଜମାନ ହୁଅନ୍ତି।ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀ ସତ୍ୟସାଇ ସେବା ସଂଗଠନ ଜଗତସିଂହପୁର ଜିଲ୍ଲା ଆନୁକୂଲ୍ୟରେ ଏରସମା ମେଡିକାଲ, ବଜାର ଓ ଏରସମା ବସଷ୍ଟାଣ୍ଡ ସଫେଇ କରାଯାଇଥିଲା।

ଏହି ଦିବ୍ୟ କାର୍ଯ୍ୟକ୍ରମ ରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଜଗତସିଂହପୁର ଜିଲ୍ଲାର ସେବା ସଂଯୋଜକ ଦାସରଥି ପୃଷ୍ଟି
ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ...

ପଢିବା ଜାରି ...

ନିଶାମୁକ୍ତ ଓ ସ୍ୱଚ୍ଛ ଓଡ଼ିଶା ଗଠନ ପାଇଁ କଳିଙ୍ଗ ମହିଳା ଶକ୍ତିର ସଚେତନତା ଅଭିଯାନ

Article Image


ପାରାଦୀପ , 16/10/2026, ଉତ୍କଳ voice news - utkalvoicenews.com: ତା -୧୬।୧୦।୨୦୨୬ : ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ନିଶାମୁକ୍ତ ଓଡ଼ିଶା ଗଠନ ଏବଂ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇ କଳିଙ୍ଗ ମହିଳା ଶକ୍ତି ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀଠାରୁ ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ୧୫ ଦିନ ଧରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନର ଅଂଶସ୍ୱରୂପ ଆଜି ବଡ଼ପଡ଼ିଆଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ସଭାରେ ବିଶିଷ୍ଟ ପରିବେଶବିତ୍ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଶ୍ରୀ ବାବୁରାମ ଚୌଧୁରୀ, ଶ୍ରୀମତୀ ଲକ୍ଷ୍ମୀ ମହାନ୍ତି, ତିଖିରି ସରପଞ୍ଚ ସୁଶ୍ରୀ ଚେମେଲୀ ଓଝା ଏବଂ ଶ୍ରୀ...

ପଢିବା ଜାରି ...

ଆଦିବାସୀ ଐତିହ୍ୟର ସୁରକ୍ଷା ସହ ଆର୍ଥିକ ସଶକ୍ତୀକରଣ, ରାୟଗଡ଼ରେ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

Article Image


ରାୟଗଡ଼, 16/10/2026, ଉତ୍କଳ voice news - utkalvoicenews.com: ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :

ତା - ୧୬.୧୦.୨୦୨୬ : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଆଇଏଏସ୍‌, ରାୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରି ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଗସ୍ତ ଅବସରରେ ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ଏହାର ଉପଯୋଗିତା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶ, ଆଦିବାସୀଙ୍କ ଜୀବିକା ବିକାଶ, ପାରମ୍ପରିକ କଳା ଓ ହସ୍ତଶିଳ୍ପର ସଂରକ୍ଷଣ ତଥା...

ପଢିବା ଜାରି ...

ବୁଗୁଡ଼ା ବ୍ଲକରେ ସେବାସେତୁ ଅଭିଯାନ, ହିତାଧିକାରୀଙ୍କୁ ଋଣ ଓ କାର୍ଯ୍ୟାଦେଶ ବଣ୍ଟନ

Article Image


ବୁଗୁଡ଼ା, 16/10/2026, ଉତ୍କଳ voice news - utkalvoicenews.com: (ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):

ବୁଗୁଡ଼ା ବ୍ଲକ ପକ୍ଷରୁ ବ୍ଲକସ୍ତରୀୟ ସେବାସେତୁ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅଭିଯାନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସରକାରୀ ସେବା ପ୍ରଦାନ ବ୍ୟବସ୍ଥା ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏଥିସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଋଣ ପ୍ରଦାନ ସହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ବୁଗୁଡ଼ା ବ୍ଲକ ବିଡିଓ ଦୂତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ, ମିଶନ ଶକ୍ତିର ସଦସ୍ୟା, ପଞ୍ଚାୟତ ପ୍ରତିନିଧି ଓ ସ୍ଥାନୀୟ...

ପଢିବା ଜାରି ...

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ – ୨୦୨୬

Article Image


ରାୟଗଡ଼, 16/10/2026, ଉତ୍କଳ voice news - utkalvoicenews.com: ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :

୧୫ ଅକ୍ଟୋବର ୨୦୨୬ : ରାୟଗଡ଼ ଜିଲ୍ଲାର କଲେକ୍ଟରେଟ୍ ପରିସରସ୍ଥିତ ନୂତନ କନଫରେନ୍ସ ହଲ୍‌ଠାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ପୋଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି, କୁପୋଷଣ ନିରାକରଣ ଏବଂ ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାୟଗଡ଼ ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ମିନତୀ ଦେଓ ଉପସ୍ଥିତ ସମସ୍ତ ମାନ୍ୟବର ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ସ୍ୱାଗତ ଅଭିଭାଷଣ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି...

ପଢିବା ଜାରି ...

ବିଧାନସଭା ଓ ଲୋକସଭା ନିର୍ବାଚନକୁ ଟକ୍କର ଦେଲା କୁଜଙ୍ଗ କଲେଜ ନିର୍ବାଚନ, BCJDର ବାଜିମାତ୍

Article Image


କୁଜଙ୍ଗ , 16/10/2026, ଉତ୍କଳ voice news - utkalvoicenews.com: ( ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :

ତା. ୧୫/୧୦/୨୦୨୬ : କୁଜଙ୍ଗ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସର ରାଜନୈତିକ ନାରା ଓ ସମର୍ଥକଙ୍କ ଉତ୍ସାହରେ କମ୍ପି ଉଠିଥିଲା। ଏହି ନିର୍ବାଚନରେ BCJD ସମର୍ଥିତ ପ୍ରାର୍ଥୀମାନେ ବିଭିନ୍ନ ପଦରେ ବିଜୟୀ ହୋଇଥିବା ବେଳେ ସଭାପତି ପଦରେ ପ୍ରିୟବ୍ରତ ମହାରଣା ୧୩୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

ସେହିପରି ଉପସଭାପତି ପଦରେ ସୋନାଲି ବେହେରା ୬୩ ଖଣ୍ଡ ଭୋଟ ଏବଂ ସମ୍ପାଦକ ପଦରେ ଲିଜା ଦାସ ୧୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ, ସହ-ସମ୍ପାଦକ ପଦରେ ମାତ୍ର ୩ ଖଣ୍ଡ...

ପଢିବା ଜାରି ...

କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Article Image


କଳାହାଣ୍ଡି, 15/10/2026, ଉତ୍କଳ voice news - utkalvoicenews.com: ( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :

ତା -୧୫/୧୦/୨୦୨୬ : କଲାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ କାଉଡୋଲା କ୍ଳଷ୍ଟର ପକ୍ଷରୁ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମେଳା ବାଞ୍ଜିବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ଉଦଘାଟନି ସଭାରେ କାଉଡୋଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପଣ୍ଡା ସଭାପତିତ୍ବ କରିଥିଲାବେଳେ ଏବିଇଓ ଶ୍ରିମନ୍ତ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଶିକ୍ଷକ ଶେଖର ଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଏବଂ ଅବସର ପ୍ରାପ୍ତ ଶିକ୍ଷକ ପଦ୍ମଲୋଚନ ମାଝୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ମଞ୍ଚାସୀନ ହୋଇ ଥିଲେ।...

ପଢିବା ଜାରି ...

ଆଶୀର୍ବାଦ ଅନୁଷ୍ଠାନ ର ବିଶ୍ୱ ହାତଧୂଆ ଦିବସ ପାଳିତ

Article Image


ଢେଙ୍କାନାଳ, 15/10/2026, ଉତ୍କଳ voice news - utkalvoicenews.com: ( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ଅଦ୍ୟ ତା 15.10.26 ରିଖ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ହାତଧୂଆ ଦିବସ ପାଳିତ ହୋଇଯାଇଛି l ଫାଂସା ଓଡିଶା , ଆଇ. ଆଇ ୟାଇ. ଡି. ଭୁବନେଶ୍ୱର , ବିଶ୍ୱ ଯୁବ କେନ୍ଦ୍ର ନୂଆଦିଲ୍ଲୀ ଆନୁକୂଲ୍ୟରେ ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଶୀର୍ବାଦ ଢେଙ୍କାନାଳ ସହାୟତା ରେ ଏହି ଦିବସ ପାଳିତ ହୋଇଯାଇଛି l ଶତାଧିକ ଛାତ୍ର ଛାତ୍ରୀଙ୍କୁ ହାତଧୂଆ ର ଉପକାରିତା ଏବଂ ହାତଧୁଆ ର ଆଠ ଗୋଟି ସଠିକ ପଦ୍ଧତି ସମ୍ବଦ୍ଧରେ ଆଶୀର୍ବାଦ ର ସମ୍ପାଦକ...

ପଢିବା ଜାରି ...

ଗ୍ରାମୀଣ ଡାକ ସେବକ ସଂଘର ଗଣଧାରଣା

Article Image


ଢେଙ୍କାନାଳ, 15/10/2026, ଉତ୍କଳ voice news - utkalvoicenews.com: ( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ତା - ୧୫.୧୦.୨୦୨୬: ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ (AIGDSU) CHQ, ନୂଆଦିଲ୍ଲୀ ଏବଂ ସର୍କଲ, ଭୁବନେଶ୍ୱରର ଆହ୍ୱାନ କ୍ରମେ ଆଜି ମଣ୍ଡଳ ସମ୍ପାଦକ ଶ୍ରୀ ହରେଶ୍ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କୋଣ ଅନୁକୋଣରୁ ଶହ ଶହ ଗ୍ରାମୀଣ ଡାକ ସେବକ ଢେଙ୍କାନାଳ ଡାକ ମଣ୍ଡଳ ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦେଇଥିଲେ। ମାତ୍ରାଧିକ ଟାର୍ଗେଟ୍ ପ୍ରେସର ବନ୍ଦ କରିବା, ଗ୍ରାମୀଣ ଡାକ ସେବକମାନଙ୍କୁ ୮ମ ବେତନ ଆୟୋଗର ପରିସରଭୁକ୍ତ କରିବା...

ପଢିବା ଜାରି ...