ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବକଙ୍କୁ ଚାକିରୀ କରାଇ ଦେବା ନାମରେ ୫୦ହଜାର ଠକେଇ।

କୁଜଙ୍ଗ , 09/11/2024, ଉତ୍କଳ voice news - utkalvoicenews.comକୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ପ୍ରତାପପୁର ଗ୍ରାମର ପ୍ରିୟବ୍ରତ ରାଉତରାୟଙ୍କ ଠାରୁ ଜଳଧରପୁର ଗ୍ରାମର ବିଜୟ ସାମଲଙ୍କ ପୁଅ ସମରେନ୍ଦ୍ର ସାମଲ(ସୀମା) ଆଇଓସିଏଲରେ ଚାକିରୀ କରାଇଦେବା ନାମରେ ତା ୧୬.୦୪.୨୦୧୮ମସିହାରେ ୫୦ହଜାର ଟଙ୍କା ନେଇଥିଲେ।ମାତ୍ର ବିଳମ୍ବ ହେବାରୁ ପ୍ରିୟବ୍ରତ ରାଉତରାୟ ସମେରେନ୍ଦ୍ର ସାମଲଙ୍କୁ ଟଙ୍କା ମାଗିବାରୁ ସେ ଆଜି କାଲି କହି ସମୟ ନେଇଥିଲେ।ଏନେଇ ପ୍ରିୟବ୍ରତ ଗ୍ରାମର ହିତାକାଙ୍କୀଙ୍କୁ ଜଣାଇଥିବା ବେଳେ ଗ୍ରାମର ହିତାକାଙ୍କି ମାନେ ସମରେନ୍ଦ୍ର ସାମଲଙ୍କୁ ପଚାରିବାରୁ ସେ ପ୍ରିୟବ୍ରତଙ୍କ ଠାରୁ ଚାକିରୀ କରାଇ ଦେବା ନାମରେ ୫୦ହଜାର ଟଙ୍କା ନେଇଥିବା ସ୍ଵୀକାର କରିବା ସହ ହିତାକାଙ୍କିଙ୍କ ଉପସ୍ଥିତରେ ପ୍ରିୟବ୍ରତଙ୍କୁ ସମରେନ୍ଦ୍ର ମାତ୍ର ୨୭ହଜାର ଟଙ୍କା ଫେରସ୍ତ କରିଥିଲେ।ମାତ୍ର ବକେୟା ୨୩ହଜାର ଟଙ୍କା ନଦେବାରୁ ଠକେଇର ଶିକାର ହୋଇଥିବା ପ୍ରିୟବ୍ରତ ରାଉତରାୟ ସ୍ଥାନୀୟ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇ ସମରେନ୍ଦ୍ର ସାମଲଙ୍କ ନାମରେ ଗତ ୨୧.୦୭.୨୦୨୧ରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡ଼କାଇ ତଦନ୍ତ କରିଥିବା ବେଳେ ପ୍ରିୟବ୍ରତଙ୍କ ଠାରୁ ଚାକିରୀ କରାଇ ଦେବା ନାମରେ ୫୦ହଜାର ଟଙ୍କା ନେଇଥିବା ସମରେନ୍ଦ୍ର ଥାନାରେ ମାନିନେଇଥିଲେ।ଏଥିସହିତ ସେ ୬ମାସ ମଧ୍ୟରେ ବକେୟା ଟଙ୍କା ରିଟନ୍ କରିବେ ବୋଲି ଚୁକ୍ତିନାମାରେ ଉଲ୍ଲେଖ କରିଥଲେ ମଧ୍ୟ ଆଜକୁ ୩ବର୍ଷ ବିତିଗଲା ପରେବୀ ୨୩ହଜାର ଟଙ୍କା ପାଇବାରୁ ପ୍ରିୟବ୍ରତ ବଞ୍ଚିତ ଅଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଯଦି ଆଗାମୀ ଦିନରେ ସମରେନ୍ଦ୍ର ସାମଲ ପ୍ରିୟବ୍ରତଙ୍କୁ ବାକେୟ ଟଙ୍କା ନ ଦିଅନ୍ତି ତାହାଲେ ପୁନରାର୍ବୃତି ସେ ଆଇନର ଆଶ୍ର୍ରୟ ନେବେ ଓ କେଉଁ ଶ୍ରମିକ ନେତାଙ୍କ ଇଙ୍ଗିତରେ ସମରେନ୍ଦ୍ର ସାମଲ ଅନେକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ସମସ୍ତ ଗୁମର ଖୋଲିବେ ବୋଲି ଚେତାବନୀ ଦେଇଛନ୍ତି।
Article Image
1