ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ମଙ୍ଗଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଜୟ ଶଙ୍ଖପୁର l

ଜୟ ଶଙ୍ଖ ପୁର , 05/01/2025, ଉତ୍କଳ voice news - utkalvoicenews.comଅଦ୍ୟ ତା ୦୫.୦୧.୨୦୨୫ ରିଖ : ମା ମଙ୍ଗଳା କ୍ରିକେଟ୍ ଟିମ୍, ଜୟ ଶଙ୍ଖ ପୁର ଦ୍ଵାରା ଆୟୋଜିତ ,୧୪ ତମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପିତ l ତିନି ଦିନ ବ୍ୟାପି ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ସ୍ଥାନୀୟ ଅଞ୍ଚଳରୁ ୦୮ ଗୋଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଥିଲେ l ଉଦଯାପନୀ ଉତ୍ସରେ ରେ କୁଜଙ୍ଗ ଓକିଲ ସଙ୍ଘର ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ହୋଇଥିବା ପାରାଦୀପ ଗଡ ର ଶ୍ରୀରାମ ଏଲେଭେନ୍ କୁ ଚମ୍ପିୟାନ ଟ୍ରଫି ସହିତ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ l
Article Image
ସେହିପରି ସେଖରେଶ୍ୱର୍ କ୍ରିକେଟ୍ ଟିମ୍, ଲଥାଙ୍ଗ ରନର୍ସ ଅପ୍ ହୋଇଥିଲା l ଉକ୍ତ ଉଦଯାପନ ଉତ୍ସଵ ରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ tapan କୁମାର ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ବେହେରା, କୌଶିକ ମଲ୍ଲିକ, ଆଇନଜୀବୀ ପ୍ରତାପ ଚନ୍ଦ୍ର ରାଉତ ଲକ୍ଷ୍ମୀକାନ୍ତ ବେହେରା, ଦୋଳଗୋବିନ୍ଦ ସାମଲ, ତିକନ୍ କୁମାର ବେହେରା, ଗଗନ ବିହାରୀ ବେହେରା, ଅଲେଖ ମହାରଥl, ରମେଶ ବେହେରା, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଏହି ଖେଳକୁ ଶ୍ରୀ ବିଶ୍ଵ ଭୂଷଣ ବେହେରା, ଶଶି ଭୂଷଣ ବେହେରା, ରାକେଶ ବେହେରା, ସରୋଜ ବେହେରା, ସୌରଭ ସାହୁ ପ୍ରମୁଖ ପରିଚାଳନା କରିଥିଲେ l ମଞ୍ଚ ସଂଯୋଜନା କରିଥିଲେ ଶ୍ରୀଯୁକ୍ତ ସୁମନ୍ତ କୁମାର ବେହେରା l
Article Image
Article Image
9