ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜପାରେ ଥଣ୍ଡା ପାନୀୟ ଜଳ ଉଦଘାଟିତ

ଏରସମା, 08/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଅଟଳଜୀ ସ୍ମୃତି ପରିଷଦ ଜପା ଆନୁକୂଲ୍ୟରେ ରବିବାର ଅପରାହ୍ନରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।ଏରସମା ବିଡ଼ିଓ ଦାସରଥି ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ, ଜପା ବଜାର ଠାରେ ଏହି ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।ଜପା ବଜାରଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୃର୍ତ୍ତିରେ ବିଡ଼ିଓ ଶ୍ରୀ ଜେନା ,ବାଲିକୁଦା -ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ସାହୁ,ସାଂସଦଙ୍କ ଏରସମା ବ୍ଲକ ପ୍ରତିନିଧି ଜଟାଧାରୀ ସ୍ୱାଇଁ, ନିର୍ଲିପ୍ତ ଜେନା ,ତପନ ଗଛାୟତ, ଅଜୟ କୁମାର ଲେଙ୍କାଙ୍କ ସମେତ ଅଟଳଜୀ ସ୍ମୃତି ପରିଷଦ ଜପା ପକ୍ଷରୁ ପ୍ରଥମେ ମାଲ୍ୟାର୍ପଣ ପରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରା ଯାଇଥିଲା।ଏହାଦ୍ଵାରା ଚଟୁଆ ଏରସମା ରାସ୍ତାରେ ଯାତାୟାତ କରୁଥିବା ବାଟୋଇ, ଜପା ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଓ ବଜାରର ବ୍ୟବସାୟି ମାନେ ବିଶେଷ ଉପକୃତ ହେବେବୋଲି ବିଡ଼ିଓ ଶ୍ରୀ ଜେନା କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏରସମା ବିଜେପି ମଣ୍ଡଳ ସଭାପତି ଅମେରେନ୍ଦ୍ର ଦଳାଇ, ବଳେଇପୁର ପଞ୍ଚାୟତର ଲୋକନାଥ ମହାପାତ୍ର, ନିର୍ବାଚନ ସ୍ୱାଇଁ,ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
9