ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ରଜ ମହୋତ୍ସବ ଉଦଯାପିତ

ଏରସମା, 08/06/2025, ଉତ୍କଳ voice news - utkalvoicenews.com ଏରସମା ଦେଵୀଦୋଳ ପଡିଆରେ ୧୪ତମ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସରେ ନିରାକାର ସ୍ୱାଇଁ (ବାଙ୍ଗୁର )ଙ୍କ ସମ୍ପାଦନାରେ ଶାନ୍ତି ଶୃଙ୍କାଳା ସହିତ ଶେଷ ହୋଇଛି।ଦୀର୍ଘ ଆଠ ଦିନ ହେବ ପ୍ରତି ସନ୍ଧ୍ୟାରେ ଓଡ଼ିଶାର ବିଶିଷ୍ଟ ନେତା, ମନ୍ତ୍ରୀ, ଅଭିନେତା, ଶିକ୍ଷାବିତ୍, ପ୍ରଶାସନିକ ଅଧିକାରୀ, ନୃତ୍ୟ ସଂଗୀତ, ବିଭିନ୍ନ ପ୍ରତିଯୋଗିତା ଏବଂ କୋଣ ଅନୁକୋଣରୁ ପ୍ରତିଭା ମାନଙ୍କୁ ଚିହ୍ନଟ କରି "ଏରସମା ଗୌରବ"ରେ ସମ୍ମାନୀତ କରାଯାଇଥିଲା।ଗତ କାଲି ଉଦଯାପନ ଦିବସରେ ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ରମନ୍ତୀ ବିଶେଶ୍ଵର ଟୁଡୁ,ପ୍ରୀତିନନ୍ଦା ରାଉତରାୟ ଡ଼ା.ଦାମୋରର ରାଉତଙ୍କ ଝିଅ, ଅସିତ ଜେନା ପ୍ରବଚକ (ବାବା ),ନୃସିଂହ ସାହୁ ବିଜେପି ଓବିସି ଯୁବ ମୋର୍ଚା,ନିର୍ଲିପ୍ତ ଜେନା ବିଜେପି ସଂଯୋଜକ,ଆଡ଼ଭୋକେଟ ଅକ୍ଷୟ ସ୍ୱାଇଁ, ସ୍ମୃତି ରଞ୍ଜନ ବେଉରା,ତନ୍ମୟ ଖଣ୍ଡୁଆଳ ଚିତ୍ରଶିଳ୍ପୀ,ରିତିକ ରାଉତ ଅଭିନେତା, ପ୍ରଭାକର ପଣ୍ଡା ଏରସମା ଗ୍ରାମ୍ୟ କମିଟି ପ୍ରମୁଖ ଉପସ୍ଥିତ ରହି ଏରସମା ରଜ ମହୋତ୍ସବ କମିଟିକୁ ଖୁବ ପ୍ରଶଂସା କରିଥିଲେ। ଏହି ଉତ୍ସବ ଦ୍ୱାରା ଭାଇଚାର ସମ୍ପର୍କ ଗଢିବା ସହିତ, କଳା ସଂସ୍କୃତି କ୍ଷେତ୍ରରେ ଏରସମାକୁ ଅଧିକ ପରିଚିତ କରିପାରିଛି। ଅନୁଷ୍ଠାନର
Article Image
ସମ୍ପାଦକ ନିରାକାର ସ୍ୱାଇଁଙ୍କ କଠିନ ପରିଶ୍ରମ ଓ ପ୍ରବଳ ଇଛା ଶକ୍ତି,ଆତ୍ମ ବିଶ୍ୱାସ ଯୋଗୁଁ ରଜ ମହୋତ୍ସବ ସଫଳ ହୋଇ ପାରିଛି ଏରସମା ଗ୍ରାମ୍ୟ କମିଟି ମୁଖ୍ୟ ପ୍ରଭାକର ପଣ୍ଡା କହିଥିଲେ। ଦଳଗତ ନିର୍ବିଶେଷରେ ଏହି ମଞ୍ଚକୁ ସମସ୍ତ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା। ଏ ବର୍ଷ ରଜ ମହୋତ୍ସବରେ ବର୍ଷାର ଆଶଙ୍କା ଅଧିକ ଥିଲେ ମଧ୍ୟ ବର୍ଷା ହୋଇ ନଥିଲା ଯାହା ଫଳରେ ଦର୍ଶକ ମାନେ ଖୁସିରେ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ଶେଷରେ ନିରାକାର ସ୍ୱାଇଁ କହିଥିଲେ - ଏହି ଉତ୍ସବକୁ ଅନେକ ଘାତ ପ୍ରତିଘାତ, ବାଦ ବିବାଦ ଆସିଥିଲେ ମଧ୍ୟ ମୋ ସହିତ ରଜ କମିଟିର ସଦସ୍ୟ ମାନେ ମୋତେ ଉତ୍ସାହ ଦେଇଥିବାରୁ ସେମାନଙ୍କୁ ଅନେକ କୃତଜ୍ଞତା ଜଣାଇବା ସହିତ, ଯେଉଁମାନେ ଆର୍ଥିକ ସହଯୋଗ କରିଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।
1