ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଜଗନ୍ନାଥ ଧର୍ମ ଓ ସଂସ୍କୃତି କୁ ବିଶର ମହାନ୍ତି ଙ୍କ ଅବଦାନ ଅତୁଳନୀୟ | ସ୍ମାରକୀ ନିର୍ମାଣ ପାଇଁ ଦାବିକଲା ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ

ଜଗତସିଂହପୁର, 10/06/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ) :
Article Image
ଷୋଡଶ ଶତାବ୍ଦୀ 1568ରୁ 1575ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସାଡେ ସାତ ବର୍ଷ ପର୍ଯ୍ୟନ୍ତ ଗଡ଼କୁଜଙ୍ଗ ଠାରେ କୁଞ୍ଜବିହାରୀ ରୂପେ ପୂଜା ପାଉଥିଲେ |କାରଣ ଏହା ଥିଲା ସେହି ସମୟରେ ଶ୍ରୀମନ୍ଦିର ମୁସଲମାନମାନଙ୍କ ଦଖଲ ରେ ଥିଲା |ଯବନ ମାନେ ଦାରୁବିଗ୍ରହ କୁ ଓଡିଶା ରୁ ନେଇଯାଇ ପଶ୍ଚିମବଙ୍ଗ ର ଗଙ୍ଗା କୂଳରେ ଘୋଡାନଣ୍ଡି ଘୋଡାଇ ପୋଡିଦେଇ ଥିଲେ | ବିଗ୍ରହ ର କିଛି ଅଂଶ ଅପୋଡା ରହିବାରୁ ନଦୀରେ ଭସାଇ ସ୍ଥାନ ଛାଡି ଚାଲି ଯାଇଥିଲେ |ଯବନ ମାନେ ଚିଲିକା କୂଳ ଛପାଲିହାତୀପଠାରୁ ଦାରୁ ବିଗ୍ରହଙ୍କୁ ନେଇଯିବା ବେଳେ ଓଡ଼ିଆ ବୈଷ୍ଣବ ବିଶର ମହାନ୍ତି ସେମାନଙ୍କ ପଛେ ପଛେ ଅନୁଧବାନ କରିଥିଲେ | ବିଭିନ୍ନ ଘଟଣା ଚକ୍ର ମଧ୍ୟରେ ଅତି ଗୋପନରେ ବିଶର ମହାନ୍ତି ସେହି ଅପୋଡା ଦାରୁ ମୂର୍ତ୍ତି ରୁ ବ୍ରହ୍ମସଂଗ୍ରହ କରି ମୂର୍ଦଙ୍ଗ ରେ ପୁରାଇ ଜଳପଥରେ ଓଡିଶା କୁ ଫେରିଲେ |,
Article Image
ନଦୀନାଳ ଘେରା ମହୋଦଧି କୂଳରେ ଅବସ୍ଥିତ ଗଡ଼ କୁଜଙ୍ଗ ର ଜଣେ ଖଣ୍ଡାୟତ ଘରେ ଓଳିଆ ଉପରେ ବ୍ରହ୍ମକୁ ରଖି ପୂଜା କଲେ @|ପରବର୍ତ୍ତୀ ସମୟରେ କୁଜଙ୍ଗ ରାଜା ଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଯାଇଥିଲା ଓ ମହାପ୍ରଭୁ କୁଞ୍ଜବିହାରୀ ରୂପେ ପୂଜା ପାଇଲେ | ସାଡେ ସାତ ବର୍ଷ ଶ୍ରୀ ମନ୍ଦିର ରତ୍ନ ବେଦୀ ଖାଲି ପଡିଥିଲା |1575ଖ୍ରୀଷ୍ଟାବ୍ଦ ରେ ଗଜପତି ରାମଚନ୍ଦ୍ର ଦେବ ଗଡ଼କୁଜଙ୍ଗ ରୁ ବ୍ରହ୍ମସଂଗ୍ରହ କରି ଖୋର୍ଦ୍ଧା ରେ ରଖିଲେ |ନୂତନ ଦାରୁ ବିଗ୍ରହ ନିର୍ମାଣ କରି ସେଇ ବର୍ଷ କକଡା 18ଦିନ ଶ୍ରୀ ମନ୍ଦିର ରତ୍ନ ବେଦିରେ ବିଜେ କରାଇଥିଲେ |ସେଇ ଦିନ ଠାରୁ ନବକଳେବର ପରମ୍ପରା ସୃଷ୍ଟି |ସେହିଦିନ ଗଜପତି ରାମଚନ୍ଦ୍ର ଦେବ ବିଶର ମହାନ୍ତି ମୁଣ୍ଡରେ ଶାଢ଼ୀ ବାନ୍ଧି ପୋରନାୟକ ଉପାଧି ପ୍ରଦାନ କରିଥିଲେ ଓ ତାଟିସେବାପାଇଁ ଅନୁମତି ପ୍ରଦାନ କରିଥିଲେ |ବିଶର ମହାନ୍ତି ଙ୍କ ଯୋଗୁ ପୁରୀ ଆଜି ଶ୍ରୀକ୍ଷେତ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱଦେବତା |ହେଲେ ୟା ଭିତରେ 4ଶତାବ୍ଦୀ ବିତିଯାଇଥିଲେ ମଧ୍ୟ ଶ୍ରୀକ୍ଷେତ୍ର ପୁରୀରେ ଓ ଗଡ଼କୁଜଙ୍ଗ ରେ ବିଶର ମହାନ୍ତି ଙ୍କର କୌଣସି ସ୍ମାରକୀ ନିର୍ମାଣ କରାଯାଇନାହିଁ |ଶ୍ରୀ କ୍ଷେତ୍ର ପୁରୀ ଓ ଗଡ଼କୁଜଙ୍ଗ ରେ ସ୍ମାରକୀ ନିର୍ମାଣ କରିବା ପାଇଁ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ତରଫରୁ ସରୋଜ ନାୟକ. ଧୃତିଧର ଦାସ ଅରୁଣ କୁମାର ପାଣି ବିକ୍ରମ ମହାନ୍ତି ନୃସିଂହ ବାରିକ. ଗୌରାଙ୍ଗ ଚରଣ ସ୍ୱାଇଁ ରମେଶ ଚନ୍ଦ୍ର ମହାନ୍ତି. ବେଣୁଧର ନାୟକ ପିତାମ୍ବର ରାଉତ ଯୋଗେନ୍ଦ୍ର ଦାସ ନ୍ୟାୟବ୍ରତ ରାଉତ ବିଦ୍ୟାଧର ରାଉତ ପ୍ରଦୀପ୍ତ କୁମାର ସ୍ୱାଇଁ ତ୍ରିଲୋଚନ ବେହେରା କଟକ ଜିଲ୍ଲା ଦୁଗ୍ଧ ଉତ୍ପାଦକ ସଂଘ ସଭାପତି ଆର୍ତତ୍ରାଣ ପତି ଦାବୀ କରିଛନ୍ତି |
1