ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରଜ ମହୋତ୍ସବ ଉଦଘାଟିତ

ପାରାଦୀପ ଗଡ , 10/06/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦ୍ଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସଵ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ମୁଖ୍ୟବକ୍ତା ଭାବେ ନୀଳାଦ୍ରି ବିହାରୀ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଅମିୟ ରଞ୍ଜନ ପାଣି, ସମୀର ରଞ୍ଜନ ବର୍ମନ୍, ଗୋଲାପ ରାଣୀ ସାହୁ ଯୋଗ ଦେଇ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ଏପରି ଉଚ୍ଚ ମାନର ଓଡ଼ିଶା ପ୍ରସିଦ୍ଧ ରଜ ମହୋତ୍ସବ ଆୟୋଜନ ପାଇଁ ପ୍ରଶଂସା କରିଥିଲେ l ଉକ୍ତ ଉତ୍ସଵ ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଏଥିରେ ରାଜ୍ୟ ଓ ରାଜ୍ୟ ବାହାର ର ପ୍ରତିଷ୍ଠିତ କଳା ଅନୁଷ୍ଠାନ ମାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଓ ମିନା ବଜାର, ରାମ ଦୋଳି ସହିତ ସୁଆଦିଆ ଖାଦ୍ୟ ଉପଲବ୍ଧ ହେବ ବୋଲି ରଜ ମହୋତ୍ସବ କମିଟି ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ପ୍ରକାଶ କରିଥିଲେ l କମିଟି ର ସଂପାଦକ ଦେବ ଦୁର୍ଲ୍ଲଭ କର ସଂପାଦକୀୟ ବିବରଣୀ ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଚୌଧୁରୀ, ଜୟନ୍ତ ସେନାପତି, ମନୋଜ ରାଉତ, ସଂଗ୍ରାମ ବେହେରା, ନିରଞ୍ଜନ ପରିଡ଼ା, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ଅଲେଖ ମହରଥ, ରମେଶ ବେହେରା, ଚନ୍ଦ୍ରକାନ୍ତ ସ୍ୱାଇଁ, ଅନନ୍ତ ବିଶ୍ଵାଳ, ବିଚିତ୍ର ପ୍ରଧାନ, ଶାରଦା ପ୍ରସନ୍ନ ସ୍ୱାଇଁ, ଧର୍ମେନ୍ଦ୍ର ସାହୁ, ପ୍ରକାଶ ଦଳାଇ, ପ୍ରଭାତ ସାହୁ, ବିଷ୍ଣୁ ଚରଣ ସାହୁ, କଳ୍ପନା ମହାପାତ୍ର, ଶୁଭଲକ୍ଷ୍ମି ମଙ୍ଗରାଜ ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l
Article Image
Article Image
Article Image
1