ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱ।ମୀ ନାରାୟଣ ମନ୍ଦିରର ୨୪ ତମ ବାର୍ଷିକ ପାଟ ଉତ୍ସବ

ଏରସମା, 10/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ବଳେଇପୁରୁ ପଞ୍ଚାୟତ ଅନ୍ତର୍ଗତ ବନିପାଟ, ଚକୁଳିଆ ଗ୍ରାମର ୨୪ ତମ ବାର୍ଷିକ ପାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ପୂଜକ ଶ୍ରୀ ବିଶ୍ଵଜିତ ଭାଇ ପର୍ଟେଲ୍ ପ୍ରଭୁ ସ୍ଵାମୀ ନାରାୟଣଙ୍କ ନୀତିକାନ୍ତି ନିୟମ ଅନୁସାରେ କଳସାଧିବାସ, ସୂର୍ଯ୍ୟପୂଜା, ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପର୍ଣ୍ଣ କରିଥିଲେ। ମନ୍ଦିରର କୋଠାରୀ ସ୍ୱ।ମୀ ଶ୍ରୀ ଅକ୍ସର ନନ୍ଦନ ଦାସ୍ ଜୀ , ସ୍ୱ।ମୀ ନିର୍ମିଳ ସେବା ଦାସ୍ ଜୀ ,ସ୍ୱ।ସ୍ୱ।ମୀ ଉଜ୍ୱଲ୍ ମୁନି ଦାସ୍ ଜୀ, ସ୍ୱ।ମୀ ଜ୍ଞାନନନ୍ଦ ଦାସ୍ ଜୀ ପ୍ରମୁଖ ଚାରିଜଣ ସନ୍ଥ ମହାରାଜ ଯୋଗଦେଇ ବିଶ୍ଵର ମଙ୍ଗଳ ପାଇଁ ଚାଣକ୍ୟବାଣୀ ବିଷୟରେ ଜନସାଧାରଣ ମାନଙ୍କୁ ବୁଝାଇଥିଲେ। ବନିପାଟ, ଚକୁଳିଆ ଓ ମଧୁସୂଦନପୁର ଗ୍ରାମବାସୀମାନେ ସନ୍ଥ ସାଧୁ ମାନଙ୍କୁ ସାଧୁବାଦ ଞାପନ କରିଥିଲେ। ଅପରାହ୍ନରେ ଭଜନ କୀର୍ତ୍ତନ ସହିତ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସ୍ୱ।ମୀ ନାରାୟଣ ମନ୍ଦିର ବୋର୍ଡ଼ର ମେମ୍ବର ମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
1