ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠ ସାମ୍ବାଦିକ ସୁଶୀଲ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକ ସଭା ଅନୁଷ୍ଠିତ।

ଏରସମା, 11/06/2025, ଉତ୍କଳ voice news - utkalvoicenews.com
Article Image
ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସୁଶୀଲ କୁମାର ମହାନ୍ତି ଏରସମା, ତିର୍ତୋଲ ତଥା ଜଗତସିଂହପୁର ଜିଲ୍ଲାର ସୁନାମଧନ୍ୟ ସାମ୍ବାଦିକ ଥିଲେ। ତାଙ୍କର ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ସଭା ଏରସମା ପଂଚାୟତ ସମିତି ସଭାଗୃହରେ ମଙ୍ଗଳ ବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଏରସମା ସାମ୍ବାଦିକ ସଂଘ ସଭାପତି ଚନ୍ଦ୍ରଜିତ ଦାସଙ୍କ ସଭା ପତିତ୍ୱରେ ମୁଖ୍ୟ ଅତିଥି ଏରସମା ବିଡ଼ିଓ ଦାସରଥୀ ଜେନା, ବିଜେପି ଓବିସୀ ମୋର୍ଚା ସଭାପତି ନୃସିଂହ ସାହୁ,ସିପିଆଇ ନେତା ଶଶୀ ଭୂଷଣ ସ୍ୱାଇଁ,ଆଡ଼ଭୋକେଟ/ଡକ୍ଟର ବିରାନାରାୟଣ ପାତ୍ର,ପୂର୍ବତନ ଉଚ୍ଚଶିକ୍ଷା ବିଭାଗ ଆଡ଼ଭାଇଜର ଶିଶିର ପରିଜା,ଆଡ଼ଭୋକେଟ ମଞ୍ଜୁଲତା ରାଉତ, ଜ୍ଞାନରଞ୍ଜନ ବାରିକ,ବିଜେପି ସାଂସଦ ପ୍ରତିନିଧି ଜଟାଧାରୀ ସ୍ୱାଇଁ,ଇଂ.ପ୍ରେମଚାରଣ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ଗୁଣ ଗାନ କରିବା ସହିତ ସାମ୍ପ୍ରତିକ ପରିସ୍ଥିତିରେ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲ। ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ସାମ୍ବାଦିକ ତୃପ୍ତି ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ ପରେ ଜଗନ୍ନାଥ ଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅତିଥିଙ୍କ ଦ୍ୱାରା ଉଦଘାତନ ହୋଇଥିଲା।ଆଡ଼ଭୋକେଟ ବିରାନାରାୟଣ ପାତ୍ର କହିଲେ ଜଣେ ସାମ୍ବାଦିକ ଅନେକ ବାଧା ବିଘ୍ନ ଦେଇ ନ୍ୟୁଜ ସଂଗ୍ରହ କରେ ଓ ପ୍ରସାରଣ କରେ। ବିଡ଼ିଓ ଦାସରଥୀ ଜେନା ମଧ୍ୟ ସାମ୍ବାଦିକଙ୍କ ନିରପେକ୍ଷ ସମ୍ବାଦ ପରିବେଷଣ ଓ ଆଧ୍ୟାତ୍ମିକ ଚେତନା ର ବିକାଶ ପାଇଁ ମତ ଦେଇଥିଲେ। ଶେଷରେ ମୁଖ୍ୟ ଅତିଥି ଶ୍ରୀ ଜେନାଙ୍କ ଦ୍ୱାରା ଶୁଶିଲ ମହାନ୍ତି ସ୍ମାରକ ଫଳକ ସାମ୍ବାଦିକ ମାନଙ୍କୁ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ପ୍ରଶାନ୍ତ କୁମାର ମହାପାତ୍ର,କାର୍ତ୍ତିକଚନ୍ଦ୍ର ବେହେରା,ଦୀପ୍ତି ଖଣ୍ଡୁଆଳ, ତନ୍ମୟ ,ଅଂଶୁମାନ ମିଶ୍ର,ତନ୍ମୟ କୁମାର ସେଠୀ, ରାକେଶ ସୂତାର, ଅରୁଣ କୁମାର ବେହେରା, ସତ୍ୟ ସାମଲ, ଅମୁଲ୍ୟ ବିଶ୍ୱାଳ,ଦୀପ୍ତିରାଣୀ ପ୍ରଧାନ, ଯଜାତି ସାମନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
1