ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱାମୀ ନାରାୟଣ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

ଏରସମା, 06/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ବଳେଇପୁର ପଞ୍ଚାୟତ ଚକୁଳିଆ ସ୍ଥିତ ଶ୍ରୀ ସ୍ଵାମୀ ନାରାୟଣ ବିଦ୍ୟାମନ୍ଦିରର ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Article Image
ରବିବାର ଆୟୋଜିତ ଉତ୍ସବରେ ସ୍ଵାମୀ ପୂର୍ଣ୍ଣବତ୍ସଳ ଦାସ୍ ଜି, ସ୍ଵାମୀ ନିର୍ମଲ ସେବା ଦାସ୍ ଜି,ବିଶ୍ଵଜିତ ଭାଇ ପଟେଲ,ଧର୍ମଜାଗରଣ ମୂଖ୍ୟ ମାନସ ବରିଶାଲ,ସାମ୍ବାଦିକ ଚିତ୍ତ ସ୍ଵାଇଁ,ବିଭୂଦତ୍ତ ପଣ୍ଡା,ପ୍ରକାଶ ପାଲ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ବିଶ୍ବହିନ୍ଦୁ ପରିଷଦ ଓଡିଶା ପୂର୍ବ ସେବା ପ୍ରମୁଖ ତଥା ସ୍ଵାମୀ ନାରାୟଣ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଆଡଭୋକେଟ ସଜନ ଅଗ୍ରୱାଲ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ,ପ୍ରତିଷ୍ଠାତା ସଂପାଦକ ପିତାମ୍ବର ଜେନା ସ୍ଵାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ସୈରିନ୍ଦ୍ରି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।ବିଭିନ୍ନ ପ୍ରତିଯୋଗୀତାରେ ଚାମ୍ପିଅନ ହୋଇଥିବା ଛାତ୍ରଛାତ୍ରୀ ଧର୍ମଦେବ ସ୍ଵାଇଁ,ଶୁଭ ସ୍ମିତା ସାହୁ,ବାସନ୍ତୀ ଭୋଳ,ଶୁଭମ୍ ସ୍ଵାଇଁ ଓ ସୌମ୍ୟ ଦାସଙ୍କ ସମେତ ସମସ୍ତ କ୍ରୃତ୍ତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସୁଶାନ୍ତ ସେଠି,ନିତ୍ୟାନନ୍ଦ ସ୍ଵାଇଁ,ଆଶିଷ ସ୍ଵାଇଁ ଓ ପ୍ରିତୀମୟୀ ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉତ୍ସବ ପରିଚାଳନା କରିଥିଲେ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
1