ଏରସମା, 11/06/2025, ଉତ୍କଳ voice news - utkalvoicenews.com

କୋଟି ଓଡ଼ିଆ ର ମଉଡମଣି ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଜି ଦେବସ୍ନାନ ପୂର୍ଣ୍ଣିମା ବା ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଏରସମା ବ୍ଲକର ଗଡ଼କୁଜଙ୍ଗ ପ୍ରଭୁ କୁଞ୍ଜବୀହାରି ମହାପ୍ରଭୁଙ୍କ ର
ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା। ଆଉ ଏହାପରେ ମହାପ୍ରଭୁ କୁଞ୍ଜବୀହାରି ଜଗନ୍ନାଥ ଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା ଏହି ୧୦୮ ଗରା ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ଆଦି ମିଶ୍ରତ କରାଯାଇ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା ଏହି ଅବସରରେ ମନ୍ଦିର ପରିସରରେ ମହାପ୍ରଭୁଙ୍କ ପାଖରେ ଭଜନ ପରିବେଷଣ କରାଯାଇଥିଲା ତା ସହ ସ୍ନାନ ପୂର୍ଣ୍ଣିମା ରେ ମହାପ୍ରଭୁ କୁଞ୍ଜବୀହାରି ଠାକୁରଙ୍କୁ ଗଜାନନ ବେଶରେ ଦର୍ଶନ କରିବା ପାଇଁ ସ୍ଥାନୀୟ ଅଞ୍ଚଳ ଲୋକମାନଙ୍କ ସମେତ ଜଗତସିଂହପୁର ଜିଲ୍ଲାର ବହୁ ଜାଗାରୁ ଭକ୍ତ ମାନଙ୍କ ଛୁଅ ଛୁଟିଥିଲା। ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ,ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ପୂର୍ବତନ ଜଗତସିଂହପୁର ସାଂସଦ ଡ଼ କୁଳମଣି ସାସଲ,ଡ଼ ତନ୍ମୟ କୁମାର ସାମଲ, କୁଜଙ୍ଗ ବ୍ଲକ ସାଂସଦଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ବେହେରା, ଅଭୟଚାନ୍ଦପୁର ଥାନା ଆଇଆଇସି ସମୀର କୁମାର ରାଉତ,ସମାଗୋଳ ଉପକାରାଗାର ଅଧ୍ୟିକ୍ଷୀକ ଇନ୍ଦ୍ରଜିତ୍ ବିଶ୍ୱାଳ, ସମାଜସେବୀ ବାଳକୃଷ୍ଣ ଜେନା , କୁଞ୍ଜବିହାରୀ ଟ୍ରଷ୍ଟବୋର୍ଡର ସଭାପତି ରାଜେନ୍ଦ୍ର ବେହେରା ସଂପାଦକ ପିତାମ୍ବର ରାଉତଙ୍କ ସମେତ ଟ୍ରଷ୍ଟବୋର୍ଡର ସମସ୍ତ କାର୍ଯ୍ୟକତ୍ତା ମାନେ ମିଶି ସହଯୋଗ କରିଥିଲେ।