କୁଜଙ୍ଗ, 11/06/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। କୁଜଙ୍ଗ ଅଞ୍ଚଳରେ ଆତଙ୍କ ଖେଳାଉଥବା ଦୁଇ ଯୁବକଙ୍କୁ ଗିରଫ କଲା କୁଜଙ୍ଗ ପୋଲିସ୍। ଯୁବକ ଦୁହିଁଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ଜବତ୍ କରାଯାଇଥିଲା ଗୋଟିଏ ବନ୍ଧୁକ , ୧୪ଟି ଜୀବନ୍ତ ଗୁଳି ୩ଟି ଖୋକା ଏବଂ ଗୋଟିଏ ଧଳା ରଙ୍ଗର କାର୍ ଜବତ୍ ଯାହାର ନମ୍ବର ହେଲା (OD33AK7810)। ପଙ୍କପାଳ ବଜାରରେ ବନ୍ଧୁକ ଫୁଟାଇ ବଟି ଆଦାୟ କରୁଥିଲେ। ଖବର ପାଇ କୁଜଙ୍ଗ ପୋଲିସ୍ ଘଟଣା ସ୍ଥଳରୁ ହିଁ ସେ ଦୁଇ ଆସାମୀଙ୍କୁ ମାଡି ବସିଥିଲା। ଗିରଫ ହୋଇଥିବା ଦୁଇ ଆସାମୀ ହେଲେ କୁଜଙ୍ଗରୁ ମନୋଜ ମଲ୍ଲିକ ଓ ଜଗନ୍ନାଥ ପରିଡ଼ା। ଏଭଳି ଅଘଟଣକୁ ନିଜ ଆୟତକୁ ଆଣି କୁଜଙ୍ଗ ପୋଲିସ୍ ପୁଣିଥରେ ଲୋକଙ୍କ ମନରୁ ଭୟ ଦୂର କରିବା ସହ ପୁଣିଥରେ ଆଉଥରେ ସଫଳତା ହାସଲ କରିଛି।