ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅତି ଉଚ୍ଚ ହମ୍ପ ଯୋଗୁଁ ଘଟୁଛି ଦୁର୍ଘଟଣା , ପ୍ରତିକାର ଦାବି

ବୁଗୁଡ଼ା, 11/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ବାଲିପିଣ୍ଡି ସାହି ରାସ୍ତା ଓ ପରିବା ବଜାର ରାସ୍ତାର ସଂଯୋଗ ସ୍ଥଳରେ ନିର୍ମିତ ଅତି ଉଚ୍ଚର ହମ୍ପ ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏନ୍ଏସି ପକ୍ଷରୁ ନର୍ଦ୍ଦମା ଉପରେ ନିର୍ମିତ ଏହି ହମ୍ପ ଯୋଗୁଁ ଅନେକ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବାର ନଜିର ରହିଛି।ଦୁର୍ଘଟଣାରେ କେତେବେଳେ ଯେ କାହାର ଜୀବନ ଚାଲିଯିବ ସେନେଇ ଆଶଙ୍କା ଦେଖା ଦେଇଛି। ଏନ୍ଏସିର କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଠିକାଦାର କିଭଳି ଏପରି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ଭଳି ବିପଦଜ୍ଜନକ ହମ୍ପ ନିର୍ମାଣ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ସେହି ଅତି ଉଚ୍ଚ ହମ୍ପ ଦେଇ କୌଣସି ପରିବା ବୋଝେଇ ଗାଡି ଗଲେ ତାହା ଓଲଟି ପଡୁଛି ଏବଂ ସେହି ରାସ୍ତା ଦେଇ ଯାନବାହାନ ଚଳାଚଳ କରିବାକୁ ଭୟ କରୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏନ୍ଏସି ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଥିବା ବେଳେ ଯଥାଶୀଘ୍ର ସେଥି ପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କଠାରୁ ପ୍ରକାଶ ପାଇଛି।
Article Image
1