ପାରାଦୀପ ଗଡ, 11/06/2025, ଉତ୍କଳ voice news - utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟାରେ ମହୋତ୍ସବ ପଡିଆ ଲୋକାରଣ୍ୟ ହୋଇଯାଇଛି l ଉକ୍ତ ସାଂସ୍କୃତିକ ସଭାରେ ରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଲକ୍ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ଦାଶ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ରଜ ପର୍ବ ର ମହତ୍ ଓ ପରମ୍ପରା ସଂପର୍କରେ ବକ୍ତଵ୍ୟ ରଖିଥିଲେ l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ଏପରି ଉଚ୍ଚ ମାନର ଚିନ୍ତାଧାରା କୁ ବକ୍ତା ମାନେ ପ୍ରଶଂସା କରିଥିଲେ l ଅକ୍ଷୟ ମହାନ୍ତିଙ୍କ ରଚିତ ନାଚ ଗୀତରେ ମଞ୍ଚ କମ୍ପି ଉଠିଥିଲା l ତ୍ରିରଙ୍ଗା ଡାନ୍ସ ଗ୍ରୁପ୍ ଓ ପରମ ଜ୍ୟୋତି କଳା କ୍ଷେତ୍ର, ପାରାଦୀପ ର କଳାକାର ମାନଙ୍କ ନାଚ ରେ ଦର୍ଶକ ମାନେ ଝୁମିଥିଲେ l ବୁଧ ବାର ଆମିଷ ବାର ହୋଇଥିବାରୁ ଦର୍ଶକ ନାମ ଫାଷ୍ଟ ଫୁଡ୍ ଷ୍ଟଲ ରେ ପ୍ରବଳ ଭିଡ଼ ଜମାଇ ଥିଲେ l ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପୁରସ୍କୃତ କରିଥିଲେ l ଅନ୍ୟ ମାନଙ୍କ ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଚନ୍ଦ୍ରଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ଜୟନ୍ତ ସେନାପତି, ମନୋଜ ରାଉତ, ସଂଗ୍ରାମ ବେହେରା, ନିରଞ୍ଜନ ପରିଡ଼ା, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ଅଲେଖ ମହରଥା, ରମେଶ ବେହେରା, ଚନ୍ଦ୍ରକାନ୍ତ ସ୍ୱାଇଁ, ଅନନ୍ତ ବିଶ୍ଵାଳ, ବିଚିତ୍ର ପ୍ରଧାନ, ଶାରଦା ପ୍ରସନ୍ନ ସ୍ୱାଇଁ, ଧର୍ମପଦ ସାହୁ, ପ୍ରକାଶ ଦଳାଇ, ରାକେଶ ମଙ୍ଗରାଜ, ପ୍ରଭାତ ସାହୁ, ବିଷ୍ଣୁ ଚରଣ ସାହୁ, କଳ୍ପନା ମହାପାତ୍ର, ଦୀପକ ପଣ୍ଡା, ସୁବାସ ସେନାପତି, ଉଲ୍ଲାସ ମହାରଥା, ଶୁଭସ୍ମିତା ମଙ୍ଗରାଜ, ରଞ୍ଜନ ସାମଲ ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l




