ପାରାଦୀପ ଗଡ, 12/06/2025, ଉତ୍କଳ voice news - utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ l ଉକ୍ତ ସାଂସ୍କୃତିକ ସଭାରେ କୁଜଙ୍ଗ ତହସିଲଦାର ଶ୍ରୀଯୁକ୍ତ ସ୍ୱରୂପ ନନ୍ଦନ ବେହେରା, ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦୀପକ ପ୍ରାସାଦ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ଶିଳ୍ପପତି ପ୍ରହଲ୍ଲାଦ ବେହେରା , ଚନ୍ଦ୍ର ଶେଖର ଚୌଧୁରୀ ପ୍ରମୁଖ ଯୋଗଦେଇ ରଜ ପର୍ବ ର ମହତ୍ ଓ ପରମ୍ପରା ସଂପର୍କରେ ବକ୍ତଵ୍ୟ ରଖିଥିଲେ l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ଏପରି ଉଚ୍ଚ ମାନର କାର୍ଯକ୍ରମ କୁ ପ୍ରଶଂସା କରିଥିଲେ l ଶ୍ରାବଣୀ କଳା ନିକେତନ, ମୟୁରି କାଳ ପରିଷଦ, ପାରାଦୀପ ଓ ସରସ୍ବତୀ କାଳ କେନ୍ଦ୍ର, ତିର୍ତୋଲ ର କଳାକାର ମାନଙ୍କ ଦ୍ବାରା ଆୟୋଜିତ ନାଚ ଗୀତରେ ମଞ୍ଚ କମ୍ପି ଉଠିଥିଲା l ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ଜୟନ୍ତ ସେନାପତି, ମନୋଜ ରାଉତ, ସଂଗ୍ରାମ ବେହେରା, ନିରଞ୍ଜନ ପରିଡ଼ା, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ଅଲେଖ ମହରଥା, ରମେଶ ବେହେରା, ଚନ୍ଦ୍ରକାନ୍ତ ସ୍ୱାଇଁ, ଅନନ୍ତ ବିଶ୍ଵାଳ, ବିଚିତ୍ର ପ୍ରଧାନ, ଶାରଦା ପ୍ରସନ୍ନ ସ୍ୱାଇଁ, ଧର୍ମେନ୍ଦ୍ର ସାହୁ, ପ୍ରକାଶ ଦଳାଇ, ରାକେଶ ମଙ୍ଗରାଜ, ପ୍ରଭାତ ସାହୁ, ବିଷ୍ଣୁ ଚରଣ ସାହୁ, କଳ୍ପନା ମହାପାତ୍ର, ଦୀପକ ପଣ୍ଡା, ସୁବାସ ସେନାପତି, ଉଲ୍ଲାସ ମହାରଥା, ଶୁଭସ୍ମିତା ମଙ୍ଗରାଜ, ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l



