ଚକ୍ରଧରପୁର, 08/01/2025, ଉତ୍କଳ voice news - utkalvoicenews.comଅଦ୍ୟ ତା ୦୮.୦୧.୨୦୨୫ ରିଖ: ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚକ୍ରଧରପୁର ଉଚ୍ଚ ବିଦ୍ୟାଳୟ ରେ ତିନିଦିନ ବ୍ୟାପି ଚାଲିଥିବା l ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି l
ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଗଡ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଚକ୍ରଧରପୁର ଉଚ୍ଚ ବିଦ୍ୟାଳୟ ର ଉନ୍ନତି ପାଇଁ ବ୍ୟାପକ ଅର୍ଥ ଯୋଗାଇ ଦିଆଯିବ ବୋଲି କହିଥିଲେ l ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ବେହେରା ସଭାପତିତ୍ବ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜନ କୁମାର ବେହେରା, ଖେଳ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବାର୍ଷିକ କ୍ରୀଡା ପରିଚାଳନା କରିଥଲେ l