କାକଟପୁର, 12/06/2025, ଉତ୍କଳ voice news - utkalvoicenews.com( କାକଟପୁର ରୁ ତୁଷାର ଦୀକ୍ଷିତ ଙ୍କ ରିପୋର୍ଟ ) :

ହରି ନାମେ କି ରଶ ଅଛି ପାନ କଲା ଲୋକ ସେ ଜାଣିଛି, ଆଜିର ବେସ୍ତ ବହୁଳ ଜୀବନ ଯାପନ ରେ ମନୁଷ୍ୟ ନିଜକୁ ହଜାଇ ଦେଇ ନିଜ ପିଲା, ପରିବାର କଥା ଚିନ୍ତାରେ ବେସ୍ତ କିନ୍ତୁ ଭାଗବତ, ପୁରାଣ, ଗୀତା ଭଳି ପୁରାଣ କଥା ଆଜି ଵି ବହୁ ଜାଗାରେ ଉଜ୍ଜୀବିତ ହୋଇ ରହିଛି ଏହାର ପ୍ରମୁଖ ଉଦାହରଣ ହେଉଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିର ରେ ବର୍ଷର ବିଭିନ୍ନ ସମୟରେ ପାରାୟଣ, ପ୍ରବଚନ, ରାମଚରିତମାନସ ଓ ଗୀତା ଜ୍ଞାନ ଯଜ୍ଞ ଆରମ୍ଭ ହୋଇଥାଏ l ଆଷାଢ଼ ପ୍ରଥମ ସପ୍ତାହ ବା ୧୨ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନବ ଦିନ ବ୍ୟାପୀ ଭାଗବତ ସପ୍ତାହ ଭାଗବତ ପ୍ରଚାର ସମିତି ଓ ଗୀତା ଜ୍ଞାନ ଯଜ୍ଞ କମିଟି ଆନୁକୂଲ୍ୟରେ ଆରମ୍ଭ ହୋଇଅଛି l ଏହି ପ୍ରରିପେକ୍ଷୀରେ ଦିନ ତମାମ ଭାଗବତ ଓ ଗୀତା ପଠନ କରାଯିବା ସହିତ ରାତ୍ରରେ ଧାରାବାହିକ ପ୍ରବକ୍ତା ବାବା ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଅବାଟରେ ଚାଲୁଥିବା ମଣିଷ ମାନଙ୍କୁ ଭାଗବତ ଆଧ୍ୟାତ୍ମିକ ର ଦିଗ ପ୍ରଦର୍ଶନ କରିଥାଏ ବୋଲି ବାବା ସତ୍ୟାନନ୍ଦ ଦାସ ପ୍ରକାଶ କରିବା ସହିତ ସର୍ବଦା ସତ କର୍ମ କରିବା,ସଦାଚାରୀ ହେବା ଓ ଦୟା ପ୍ରେମ କ୍ଷମା ଓ ସ୍ନେହ କରିବା ଶିକ୍ଷା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ପ୍ରତ୍ୟେହ ସନ୍ଧ୍ୟା ରେ ପ୍ରବଚନ କାର୍ଯ୍ୟକ୍ରମ ରେ ଯୋଗଦେଇ ଗୀତା ଜ୍ଞାନାମୃତ ପାନ କରିବା ପାଇଁ କମିଟି ପକ୍ଷରୁ ଭକ୍ତ ମାନଙ୍କୁ ନିବେଦନ କରାଯାଇଛି
