ଏରସମା, 13/06/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ଅନ୍ତର୍ଗତ କାଳିଆବୁଦା ଗାଦିବ୍ରହ୍ମ ଉଚ୍ଚ ବିଦ୍ୟାଳୟ ଜପା ୨୦୦୩ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଜପା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଜପା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଙ୍କ ସଭାପତିତ୍ବରେ ପୃବତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଖୁଣ୍ଟିଆ, ବର୍ତ୍ତମାନ ପ୍ରଧାନ ଶିକ୍ଷକ ଜପହରୀ ଦାସ,ଶିକ୍ଷକ ଗନ୍ଧର୍ବ ଦାସ,ସୁବାସ ଚନ୍ଦ୍ର ଗଚ୍ଛାୟତ, ବସନ୍ତ କୁମାର ସାହୁ,ଭକ୍ତି ଭୂଷଣ ରାୟ,ଶିକ୍ଷୟିତ୍ରୀ ସୁଷମା ଦାସ,କ୍ୟୈ।ଶଲ୍ୟା କୁମାରୀ ଦେଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହିତ ଦୀର୍ଘାଉ ଜୀବନ କାମନା କରିଥିଲେ । ୨୦୦୩ ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ। ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବାପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରାକ୍ତନ ଛାତ୍ର ଦେବାଶିଷ ସ୍ୱ।ଇଁ, ରଶ୍ମିକାନ୍ତ ବେହେରା,ଅଭିମନ୍ୟୁ ସ୍ୱ।ଇଁ, ଜିତେନ୍ଦ୍ର ସାହୁ, ଜିତେନ୍ଦ୍ର ପଣ୍ଡା,ସାଜନ୍ ବେଗ୍,ପ୍ରଜ୍ଞା ପରମୀତା ପରିଡା, ରୋଜାଲିନି ସାହୁ ବାସନ୍ତୀ ମଞ୍ଜରୀ ଦାସ,ଝୁନୁଲତା ସାହୁଙ୍କ ସମେତ ୨୦୦୩ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।
