ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରାଚୀ ନଦୀର ପ୍ରାଚୀନତା ଓ ପୌରାଣିକତା |

ଜଗତସିଂହପୁର, 13/06/2025, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :
Article Image
ଇତିହାସ କୁହେ...
Article Image
ପ୍ରାଚୀ ନଦୀ ମହାନଦୀର ଏକ ଅଂଶ |ପ୍ରାଚୀ ନଦୀ ସମ୍ବଦ୍ଧରେ ବିଭିନ୍ନ ଗବେଷଣାରୁ ଯେଉଁ ଐତିହାସିକ ତଥ୍ୟ ମିଳେ.,ସେଥିରୁ ଜଣାଯାଏ ପ୍ରାଚୀନଦୀ ସମ୍ରାଟ ଖାରବେଳ ଙ୍କ ଦ୍ୱାରା ଖ୍ରୀଷ୍ଟପୂର୍ବ 168ପାଖାପାଖି ଖୋଡିତ ହୋଇଥିଲା |ତେଣୁ ପ୍ରାଚୀନଦୀ 2200ବର୍ଷ ପୂର୍ବେ ଆତ୍ମ ପ୍ରକାଶ କରିଥିଲା |ଏହା ପନଃରୁଦ୍ଧାର କିମ୍ବା ନୂତନ ଖନନ ତାହାର କିଛି ସ୍ପଷ୍ଟତା ନାହିଁ |ଅନେକଙ୍କ ମତରେ ଲେଖାଲେଖି ଯୁଗ ବା ଇତିହାସ ଲେଖା ଜନ୍ମହେବା ପୂର୍ବରୁ ପ୍ରାଚୀ ନଦୀ ଥିଲା | ବିଜ୍ଞାନ କୁହେ.....
Article Image
ଭରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଓ ଉତ୍କଳ ବିଶ୍ୱବିବ୍ୟାଳୟ ର ପ୍ରତ୍ନତତ୍ୱ ବିଭାଗ ମିଳିତ ଆନୁକୂଲ୍ୟରେ ପ୍ରାଚୀସଭ୍ୟତା ର ପ୍ରାଚୀନତା ଉପରେ ଗବେଷଣା କରାଯାଇଥିଲା, ନିଆଳି ଜଲ୍ଲାର ପୁର ର ଭାରତୀ ହୁଡ଼ାକୁ ଖନନ କରି ପ୍ରସ୍ତର ଯୁଗ. ଲୌହ ଓ ତାମ୍ର ଯୁଗର ବ୍ୟବହୃତ ସାମଗ୍ରୀ ଓ ହତିଆର ର ଅଂଶ ବିଶେଷ ମିଳିଛି |ଏହି ସାମଗ୍ରୀ ଗୁଡିକ 4ହଜାର ବର୍ଷ ତଳର ବୋଲି ମିଳିତ ରିପୋଟ ରେ ପ୍ରକାଶ ପାଇଛି |ତେଣୁ ପ୍ରାଚୀ ନଦୀ ର ଅବସ୍ଥିତି 4ହଜାର ବର୍ଷ ପୂର୍ବରୁ ଥିଲା ବୋଲି ଧରି ନେବାକୁ ପଡିବ | ପୁରଣ କୁହେ......
Article Image
1.ମହାଭାରତ ର ମୁଷଳି ପର୍ବ ର "ଶଗରା ସୁର ବଧ ଓ ଅଷ୍ଟଶମ୍ଭୁ ଙ୍କ ଉତ୍ପତି "ଅଧ୍ୟାୟ ରେ ପ୍ରାଚୀ ନଦୀର ଅବସ୍ଥିତି ସମ୍ପର୍କରେ ବର୍ଣନା ଅଛି | ଶମ୍ଭୁ ଗୋମୁଖୀ ପ୍ରଭୁ ଲାଞ୍ଜି ପଶ୍ଚିମ ମୂରତି
Article Image
ତଂହୁ ପ୍ରାଚୀ ନାମେ ନଦୀ ହେଲେ ଉତ୍ପତି ଆଶା ସହସ୍ର ଗନ୍ଧର୍ବ ଭୂମି ଖୋଜି ଖୋଜି କେଶବ ଲାଞ୍ଜ ଛିଣ୍ଡିଲା କୋଦାଳ ଯେ ବାଜି ପୃଷ୍ଟଭାଗ ହୋଇକରି ଛିଡ଼ିଲା ଲାଙ୍ଗୁଳ ଅଷ୍ଟଶମ୍ଭୁ ହୋଇଲେ ସେ ପ୍ରାଚୀନଦୀ କୂଳ ଗୋକୁଳେଶ୍ୱର. ପିଂଗେଲେଶ୍ୱର. ଦୁରେଶ୍ୱର. ଗ୍ରାମେଶ୍ବର. ମନେଶ୍ୱର ସେ ନାଟକେଶ୍ୱର ସ୍ୱଳ୍ପେଶ୍ୱର. ରୁଦ୍ରେଶ୍ୱର ଏହି ଅଷ୍ଟଶିବ ୟାଙ୍କ ଦର୍ଶନେ ମିଳଇ ବହୁ ଫଳ ଶୁଭ | 2..ପ୍ରାଚୀମାହାତ୍ମ୍... ପ୍ରାଚୀ ମାହାତ୍ମ୍ୟ ର ଏକ ଆଖ୍ୟାୟନ ରୁ ଜଣାଯାଏ ମହା ପ୍ରଭୁ ରାମଚନ୍ଦ୍ର ପ୍ରାଚୀତୀର୍ଥ ରେ ସ୍ନାନ କରିଥିଲେ | ବିଭୀଷଣ ଶ୍ରୀଲଙ୍କା ଫେରି ଯିବା ପୂର୍ବରୁ ପ୍ରାଚୀ ତୀର୍ଥରେ ସ୍ନାନ କରି ଅଷ୍ଟଶମ୍ଭୁ ଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ |ପ୍ରାଚୀ ର ଅବସ୍ଥିତି ସେ ଯୁଗରେ ଥିଲା |
1