ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିପ୍ଳବ କଥା ଓ କବିତା ପାଠ ଉତ୍ସବ

କୁଜଙ୍ଗ, 13/06/2025, ଉତ୍କଳ voice news - utkalvoicenews.com ସ୍ଥାନୀୟ ଲୋକନାଥ ଭବନ ଠାରେ ସାଥୀ ଲୋକନାଥ ଚୌଧୁରୀ ଜନ୍ମ ଶତ ବାର୍ଷିକ ସ୍ମୃତି ସଂସଦ ପକ୍ଷରୁ ବିପ୍ଳବ କଥା ଓ କବିତା ପାଠ ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇ ଯାଇଛି l ପ୍ରାୟ ପଚାଶରୁ ଉର୍ଦ୍ଧ କବିମାନେ ସେମାନଙ୍କ ସ୍ଵରଚିତ କବିତା ପାଠ କରିଥିଲେ ଓ ସାଥୀ ସ୍ବର୍ଗତ ଲୋକନାଥ ଚୌଧୁରୀଙ୍କ ସାମ୍ୟବାଦ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା ହୋଇଥିଲା l ବିଶିଷ୍ଟ ସାହିତ୍ୟିକ ଡକ୍ଟର କେଶବ ଦଳାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କବି ସଲୀଳ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ କବି ନଗେନ୍ଦ୍ର ନାଥ ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ଡକ୍ଟର ସୁରେଶ ପ୍ରଧାନ , କବି ପ୍ରଭାତୀ ମାଝୀ ଓ କବି ଜୟନ୍ତୀ ଦାସ ପ୍ରମୁଖ ଯୋଗଦେଇ କବିତା ପାଠ ସହିତ ବିପ୍ଳବ ସର୍ବଦା ସ୍ଥିତିର ପରିବର୍ତ୍ତନ କରାଇ ଇତିହାସ ରଚିଥାଏ ବୋଲି ଆଲୋଚନାରେ ବକ୍ତବ୍ୟ ରଖିଥିଲେ l ଶିକ୍ଷାବିତ ଓ ବିଶିଷ୍ଟ କବି ପ୍ରଶାନ୍ତ ସେଠିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସାହିତ୍ୟ ଏକାଦେମୀ ପୁରସ୍କୃତ କବି ପିତାମ୍ବର ତରାଇ ,ଉତ୍କଳ ସାହିତ୍ୟ ସମାଜ ଉପସଭାପତି ଜୀବନାନନ୍ଦ ଅଧିକାରୀ , ପ୍ରେସ କ୍ଲବ ସଭାପତି ଡକ୍ଟର ରଘୁନାଥ ସାହୁ , ଡାକ୍ତର ଗିରିଧାରୀ ସାହୁ ,ସାଥୀ ଶରତ ବେହେରା ,କୁଜଙ୍ଗ ଜୋନ ସିପିଆଇ ସମ୍ପାଦିକା ଜିନମୟୀ ସାହାଣୀ ,ସୁବାଷ ମହାପାତ୍ର ,ନବୀନ ପ୍ରଧାନ ,ରୁନିବାଳା ମଲିକ ,ସରୋଜିନୀ ମିଶ୍ର ଓ ବିଜୟ ଖଟେଇଙ୍କ ସମେତ ବହୁ କବି ଓ ଆଲୋଚକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଜନ୍ମ ଶତ ବାର୍ଷିକ ସ୍ମୃତି ସଂସଦ ସମ୍ପାଦକ ସାଥୀ ଶ୍ରୀନିବାସ ଜୁଝାର ସିଂ ଧନ୍ୟବାଦ ପ୍ରଦାନ କରିଥିଲେ l ପ୍ରତି ତିନି ମାସରେ ଏପରି ସାହିତ୍ୟ ଉତ୍ସବ ଆୟୋଜନ ନିଷ୍ପତ୍ତି ସଭାରେ ହୋଇଥିଲା l
Article Image
Article Image
Article Image
Article Image
1