ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଏରସମା, 13/06/2025, ଉତ୍କଳ voice news - utkalvoicenews.comଏରସମା ବ୍ଲକ ପରିସରରେ
Article Image
ମିଶନ ଶକ୍ତି ଓଏଲ୍ମ୍ ର ମିଳିତ ଆନୁକୁଲ୍ୟରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏରସମା ବ୍ଲକ ବିଡ଼ିଓ ଦାଶରଥି ଜେନାଙ୍କ ସଭାପତିତ୍ବରେ ପଚିଶ ଗୋଟି ପଞ୍ଚାୟତର ଏକୋଇଶି ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜ ଶୈଳୀରେ ପାରମ୍ପରିକ ରୀତି ରେ ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିଥିଲେ । ସେମାନଙ୍କ ଭିତରୁ ନୂଆଗାଁ ପଞ୍ଚାୟତର ମା ବୃନ୍ଦାବତୀ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରି ନଗଦ ୫,୦୦୦ ଟଙ୍କା ର ଅର୍ଥରାଶି ଓ ପୋଖରିଆପଡ଼ା ପଞ୍ଚାୟତ ର ମା ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଜପାର ଓଁ ମା ଶାରଳା ସ୍ୱୟଂ ସହାୟିକା ଗୋଷ୍ଠୀ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରି ନଗଦ ୪,୦୦୦ଟଙ୍କା ସମାନ ଭାବେ ଭାଗ କରି ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ବେଳେ ଭାଗ ନେଇଥିବା ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ମା ମାନଙ୍କୁ ମାନପତ୍ର ସହିତ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସିଲ ଓ ନଗଦ ୫୦୦ ଟଙ୍କା ଦେଇ ସମ୍ମାନିତ କରାଯାଇଥିଲା ।
Article Image
ଏଥିରେ ଅନ୍ୟ ମାନଙ୍କ ଭିତରେ ଏବିଡିଓ ଜ୍ଞାନେନ୍ଦ୍ର ଲେଙ୍କା , ବିଇଓ ବିଶ୍ବମ୍ବର ମଲିକ, ସିଡ଼ିପିଓ କ୍ରିଷ୍ଣା ରାଉତ, ବିଏଫଓ ପ୍ରତିମା କୁମାରୀ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସ୍ବାଇଁ , ଥାନା ଅଧିକାରୀ ପ୍ରେମଜିତ୍ ଦାସ , ମିଶନ ଶକ୍ତି ର ବିପିଶି ସ୍ନେହପ୍ରୀୟା ସ୍ବାଇଁ , ବିପିଏମ୍ ଅନିତା ସ୍ବାଇଁ , ବେଲସି ରଶ୍ମିତା ଦାସ , ଗୁଣନିଧି ସ୍ବାଇଁ , ଏସଡିଶୀ ଉଲାସ ସେଠି , ବିପିଏ ସ୍ମୃତି ରଞ୍ଜନ ଦାସ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାମାଜିକ ସମୀକ୍ଷକ ଜ୍ୟୋତି ରଞ୍ଜନ ଶତପଥୀଙ୍କ ସମେତ ସମସ୍ତ ପଞ୍ଚାୟତ ର ସମସ୍ତ ଏମବିକେ ମାନେ ଯୋଗ ଦେଇଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ଜ୍ଞାନ ରଞ୍ଜନ ବାରିକ୍ ସଭା ପରିଚାଳନା କରିଥିଲେ ।
1