ବାଲିକୁଦା, 13/06/2025, ଉତ୍କଳ voice news - utkalvoicenews.com

ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଓ ଉତ୍କଳ ଯାଦବ ମହାସଭା ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବିହାର ର ଚମ୍ପାରଣ ରୁ ଆରମ୍ଭ ହୋଇ ସମଗ୍ର ଭାରତ ପରିକ୍ରମା କରୁଥିବା ପବିତ୍ର ରେଜେଙ୍ଗଲା ମାଟି କଳସ ଯାତ୍ରା ଆସନ୍ତା ଜୁନ୍ ୨୫ ତାରିଖ ବୁଧବାର ଦିନ ଜଗତସିଂହପୁର ଜିଲାରେ ପହଞ୍ଚି ଜିଲ୍ଲା ପରିକ୍ରମା କରାଯିବ । ଏହି ମାଟି କଳସ ଯାତ୍ରାକୁ ସ୍ବାଗତ କରିବା ପାଇଁ ବାଲିକୁଦା ବ୍ଲକ୍ ଯାଦବ ମହାସଭା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରଣପୁର ସ୍ଥିତ ମା’ ଜାଗ୍ରତ ଗୌରୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବିଷ୍ଣୁ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ତଥା ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତୀର୍ଥବାସୀ ବେହେରା, ସମାଜସେବୀ ଗଙ୍ଗାଧର ବେହେରା, ପ୍ରସନ୍ନ କୁମାର ବେହେରା, ରାଜ୍ୟ ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ଜିଲ୍ଲା ସଂଗଠକ ରବିନାରାୟଣ ସେନାପତି, ଆଇନଜୀବୀ ଡ଼ଃ. ବୀର ନାରାୟଣ ପାତ୍ର, ବିଷ୍ଣୁ ଚରଣ ଦାସ, ସୁଶାନ୍ତ କୁମାର ଦାସ, ମହେନ୍ଦ୍ର ଦାସ, ଶିବ ପ୍ରସାଦ ଦାସ, କେଦାର ଚାନ୍ଦୁଆ, ବାବୁଲି ଦାସ, ଗୋପାଳ ଦାସ, ତ୍ରିଲୋଚନ ଦାସ, ସୌମେନ୍ଦ୍ର ଦାସ, ବିଶ୍ଵନାଥ ପରିଡ଼ା ପ୍ରମୁଖ ଯୋଗଦେଇ ୧୯୬୨ ମସିହାର ଚିନ୍ ଭାରତ ଯୁଦ୍ଧରେ ସହିଦ ହୋଇଥିବା ୧୨୦ ଜଣ ଭାରତୀୟ ସୈନିକ ସମସ୍ତେ ଅହିର ଯାଦବ ୩୦୦୦ ରୁ ଅଧିକ ଚୀନ ସୈନିକ ଙ୍କ ସାମ୍ନା କରିବା ସହିତ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ରେଜେଙ୍ଗଲା ପର୍ବତ ପଛକୁ ସଫଳତାର ସହିତ ରକ୍ଷା କରିଥିଲେ । ଏହି ସ୍ମୃତିକୁ ଉଦ୍ଜିବିତ୍ କରିବା ପାଇଁ ସେହି ରେଜେଙ୍ଗଲା ମାଟିରୁ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଜଗତସିଂହପୁର ଜିଲା ପରିପ୍ରେକ୍ଷୀରେ କୁଜଙ୍ଗ ନିକଟ ଭୂତମୁଣ୍ଡାଇ ଠାରୁ ସ୍ବାଗତ କରିବା ପରେ ଏକ ମଟରସାଇକେଲ ଶୋଭାଯାତ୍ରା ରେ କୁଜଙ୍ଗ, ଏରସମା, ବାଲିକୁଦା, ବଜାର ପରିକ୍ରମା କରାଯିବ । ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଅଂଶ ଗ୍ରହଣ କରିବା ପାଇଁ ବାଲିକୁଦା ବ୍ଲକ୍ ଯାଦବ ମହାସଭା ତରଫରୁ ନିବେଦନ କରାଯାଇଛି ।
