ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ବିରଞ୍ଚି ନାରାୟ ମନ୍ଦିର ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ଆର ଡି ସି

ବୁଗୁଡ଼ା, 13/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗସ୍ତ କରିଛନ୍ତି ଦକ୍ଷିଣାଞ୍ଚଳ ଆର ଡି ସି ରୁପମ ରୋଶନ ସାହୁ l ଆରଡ଼ିସି ଙ୍କ ଗ୍ରସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସାମିଲ ଥିବା ବେଳେ ସେ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟ ରେ ଉଭୟ ପହଞ୍ଚି ତହସିଲ ର ବିଭିନ୍ନ କାର୍ଯ୍ଯ ସମୀକ୍ଷା କରିଥିଲେ l ପରେ ଏନଏସି ସ୍ଥିତ ବିରଞ୍ଚି ନାରାୟଣ ମନ୍ଦିର ଗ୍ରସ୍ତ କରିଛନ୍ତି l ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚିଠି କ୍ରମେ ବିରଞ୍ଚିନାରାୟଣ ମନ୍ଦିରର ଉନ୍ନତି ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନର ଅର୍ଥ ସଠିକ ରୂପେ କାର୍ଯ୍ୟ ଚାଲିଛି କି ନାହିଁ ଉନ୍ନୟନ କାର୍ଯ୍ୟ ଦେଖିବା ସହିତ ସ୍ଥିତି ଅନୁଧ୍ୟାନ କରିଥିଲେ ଦକ୍ଷିଣାଞ୍ଚଳ ଆର ଡି ସି ରୁପମ ରୋଶନ ସାହୁ ଓ ଉପଜିଲ୍ଲାପାଳ ଉମାଶଙ୍କର ବେହେରା । ଦିନ ଗୋଟାଏ ସମୟରେ ଉଭୟ ମନ୍ଦିର ଠାରେ ଉପସ୍ଥିତ ରହିଥିବା ବେଳେ ଏହି ସମୟରେ ବୁଗୁଡ଼ା ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଓ ବିରଞ୍ଚିନାରାୟଣ ମନ୍ଦିର ମଠ ମହନ ରାମାନୁଜ ଦାସ ଉପସ୍ଥିତ ଥିଲେ।
Article Image
Article Image
1