ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା'ବୁଢୀକେନ୍ଦୁଲାଇଙ୍କ ଏକୋଇଶା ସତ୍ୟନାରାୟଣ ପାଲା ମହାସମାରୋହରେ ପାଳିତ*

କୁଜଙ୍ଗ /ରାହାମା, 13/06/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ର ରାଜସ୍ୱଗ୍ରାମ ତେରମାଣପୁର ଗ୍ରାମର ଗ୍ରାମଦେବତୀ ମା' ବୁଢୀକେନ୍ଦୁଳାଇ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବକୁ ଏକୋଇଶ ଦିନ ପୂରିଯାଇଥିବାରୁ ଗ୍ରାମବାସୀଙ୍କୁ ଦ୍ୱାରା ଆୟୋଜିତ ମା'ଙ୍କ ଉଦ୍ଦେଶ୍ୟରେ ଏକୋଇଶା ସତ୍ୟ ନାରାୟଣ ପାଲା ଅନୁଷ୍ଠିତ ହୋଇଯାଇଅଛି।ଏହି ମହାନ ଅଧ୍ୟାତ୍ମିକ କାର୍ଯ୍ୟରେ ମା' ବୁଢୀକେନ୍ଦୁଳାଇଙ୍କ ମାମୁମାଇଁ ଭାବେ ବାଲିସାହି ଗ୍ରାମର ଚିନ୍ମୟ ଦାସ ତାଙ୍କ ସହଧର୍ମିଣୀ ମଞ୍ଜୁଲତା ଦାସ (ନିତୁ) ମାମୁଁଘର ଭାର ବେଭାର ଆଳି ଅଳଙ୍କାର ସହିତ ଉତ୍ସବରେ ଯୋଗଦେଇଥିଲେ। ତେରମାଣପୁର ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ମା'ଙ୍କ ମାମୁ ଘରର ସ୍ୱଜନ ପରିବାର ଓ ଗ୍ରାମବାସୀ ମାନଙ୍କୁ ଭବ୍ୟ ପଟୁଆର କରି ପାଛୋଟି ନେବାସହିତ ଯଥାମାନ୍ୟ ପୂଜ୍ୟପୂଜା ର ବନ୍ଧୁଚର୍ଚ୍ଚା କରିଥିଲେ। ଉତ୍କଳୀୟ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା କୁ ଉଜ୍ଜୀବିତ କରି ଗ୍ରାମୀଣ ସଂସ୍କୃତି ରେ ସତ୍ୟନାରାୟଣ ପାଲା ବଞ୍ଚାଇ ରଖିବାରେ ସହାୟକ ହୋଇଥିଲା।ମା'ଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା ଯଜ୍ଞରେ ଯଜ୍ଞ କର୍ତ୍ତା ଶିଶିର କୁମାର ଦାସ କର୍ତ୍ତୀ ସ୍ମିତାରାଣୀ ପରିଜା ଓ ଗ୍ରାମର ବରିଷ୍ଠ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।ଗ୍ରାମର ମୁରବି ମାନଙ୍କ ମଧ୍ୟରେ ଜଟାଧାରୀ ଦାସ,ଧନେଶ୍ୱର ଦାସ, କେଦାର ନାଥ ସାହୁ,ଅମୀୟ ପାତ୍ର,ଧରଣୀଧର ସାହୁ,ପ୍ରସନ୍ନ କୁମାର ସ୍ୱାଇଁ,ମାନସ କୁମାର ଦାସ, ଗୋପାଳ କୃଷ୍ଣ ଦାସ,ଉତ୍ତମ ଦାସ, ଭ୍ରମର ବସନ୍ତିଆ, ନିକୁଜ ଦାସ, ରବୀନ୍ଦ୍ର ଦାସ ଇତ୍ୟାଦି ଉପସ୍ଥିତ ଥିଲେ।ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ରବିନାରାୟଣ ସାହୁ,ନୃସିଂହ ମଠ ଅଧିକାରୀ ରମାକାନ୍ତ ଦାସ,ସମାଜସେବୀ ଡ଼କ୍ଟର ସୁନାକର ବେହେରା ଯୋଗଦେବା ସହିତ ମାଙ୍କ ମାମୁଘର ବାଲିସାହି ଗ୍ରାମର ତପନ କୁମାର ବେହେରା, ବିନୋଦ କୁମାର ବରାଳ,ସନ୍ତୋଷ କୁମାର ବେହେରା,କୈଳାଶ ଚନ୍ଦ୍ର ଦାସ, ପୁରସ୍ତମ ବିଶ୍ୱାଳ,ଖିରୋଦ ବରାଳ,କମଳ ଲୋଚନ ଦାସ,ରଞ୍ଜିତ କୁମାର ଦାସ, ରବୀନ୍ଦ୍ର ବରାଳ,ମାତୃଶକ୍ତି ଙ୍କ ମଧ୍ୟରେ ଶ୍ରୀମତୀ ରିତାରାଣୀ ଦାସ,ଝିଅ ରୋମା ଦାସ, ସୁକାନ୍ତି ବରାଳ, ସୋନାଲି ଦାସ, ଭାରତୀ ଦାସ,ପ୍ରମୋଦିନୀ ବେହେରା,ଜୋଶ୍ନା ମୟୀ ଦାସ, ମାନସୀ ବରାଳ ଇତ୍ୟାଦି ଯୋଗଦେଇଥିଲେ।
Article Image
Article Image
1