ପାରାଦୀପ ଗଡ, 13/06/2025, ଉତ୍କଳ voice news - utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବ ର ୪ର୍ଥ ସନ୍ଧ୍ୟା ରେ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ନୁଆଗଡ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ, ବିଜେପି ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ତପନ କୁମାର ତ୍ରିପାଠୀ, ତପନ କୁମାର ତସାମନ୍ତରାୟ ପ୍ରମୁଖ ଯୋଗଦେଇ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ବିଲୁପ୍ତ ପ୍ରାୟ ପାରଂପରିକ କୃଷି ଭିତ୍ତିକ ଗଣପର୍ବ ରଜ ପର୍ବ କୁ ମହା ଆଡ଼ମ୍ବରରେ ପାଳନ କରିଥିବାରୁ ପ୍ରଶଂସା କରିଥିଲେ l ସାଇ କ୍ରିଷ୍ଣା କାଳ ମଣ୍ଡପ, କିଡ୍ସ ଏଫୋର୍ଟ, ରୟାଲ ଡାନ୍ସ ଗ୍ରୁପ୍, ଆଠଗଡ, ବାଜିଗର ମେଜିକ୍ ଗ୍ରୁପ୍ ଅଂଶ ଗ୍ରହଣ କରି ଚିତ୍ତାକର୍ଷକ ପାରମ୍ପାରିକ, ଓଡ଼ିଶୀ, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ପରିବେଷଣ କରି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଚାରକ ଭାବରେ ତୁଳସୀ ବରାଳ, ଅଳକାବତି ରଥ, ଗୋଲାପରାଣୀ ସାହୁ, ରମେଶ ଚନ୍ଦ୍ର ତ୍ରିପାଠୀ ଯୋଗଦେଇଥିବା ବେଳେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ଜୟନ୍ତ ସେନାପତି, ମନୋଜ ରାଉତ, ସଂଗ୍ରାମ ବେହେରା, ନିରଞ୍ଜନ ପରିଡ଼ା, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ଅଲେଖ ମହରଥା, ରମେଶ ବେହେରା, ଚନ୍ଦ୍ରକାନ୍ତ ସ୍ୱାଇଁ, ଅନନ୍ତ ବିଶ୍ଵାଳ, ବିଚିତ୍ର ପ୍ରଧାନ, ଶାରଦା ପ୍ରସନ୍ନ ସ୍ୱାଇଁ, ଧର୍ମେନ୍ଦ୍ର ସାହୁ, ପ୍ରକାଶ ଦଳାଇ, ରାକେଶ ମଙ୍ଗରାଜ, ପ୍ରଭାତ ସାହୁ, ବିଷ୍ଣୁ ଚରଣ ସାହୁ, କଳ୍ପନା ମହାପାତ୍ର, ଦୀପକ ପଣ୍ଡା, ସୁବାସ ସେନାପତି, ଉଲ୍ଲାସ ମହାରଥା, ଶୁଭସ୍ମିତା ମଙ୍ଗରାଜ, ଜସମତି ନାୟକ, ରଞ୍ଜିତା ସାହୁ, ଆରତୀ ଦାସ ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l




