ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଳେଇପୁର ପଞ୍ଚାୟତରେ ବିଜୁଜନତା ଦଳର କର୍ମୀ ସମ୍ମିଳନୀ

ଏରସମା, 13/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁରୁ ପଞ୍ଚାୟତରେ ବିଜୁଜନତା ଦଳର ଏକ କର୍ମୀ ସମ୍ମିଳନୀ ପୋଡ଼ିଛକ ଠାରେ ବଳେଇପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମୁରଲୀଧର ମଲ୍ଲିକଙ୍କ ସଭାପତିତ୍ବରେ  ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ବଳେଇପୁର ପଞ୍ଚାୟତ ବିଧାନ ସଭାର ନିର୍ବାଚନରେ ଅଧିକ ଭୋଟ ଦେଇଥିବାରୁ କର୍ମୀମାନଙ୍କୁ କୃତଜ୍ଞତା ଜଣାଇବା ସହିତ ବଳେଇପୁର ପଞ୍ଚାୟତକୁ ବିଧାୟକ ପାଣ୍ଠିରୁ ସ୍ୱତନ୍ତ୍ର ଦେବେ ବୋଲି ମତବ୍ୟକ୍ତ ପ୍ରକାଶ କରିଥିଲେ। ଏହି ପଞ୍ଚାୟତରୁ ପ୍ରଥମେ ଜନଜାଗରଣ ସଭା ଆରମ୍ଭ କରାଯାଇଛି। ନବୀନ ସରକାର ସମୟରେ ୨୪ ବର୍ଷରେ ସତୁରି ହଜାର କୋଟି ରୁଣ କରିଥିବା ବେଳେ ମୋହନ ସରକାର ଏକ ବର୍ଷରେ ନବେ ହଜାର କୋଟି ରୁଣ କରିଛନ୍ତି।ବିଜେପି ସରକାର ଓଡିଶାରେ ହଉ ହଉ ହେଇଯାଇଛି। ନବୀନ ସରକାର ଯେଉଁ ସବୁ ଯୋଜନା କରିଥିଲେ ଏ ସରକାର ସବୁ ଯୋଜନା ଗୁଡ଼ିକୁ ବଦଳାଇବା ସହିତ କିଛି କରୁନି।ସବୁ ଯୋଜନାରରେ ବିଫଳ ରଙ୍ଗମାରି ମିଛ ପ୍ରଚାର କରି ଲୋକଙ୍କୁ ଠକୁଛି।ମେଡିକାଲରେ ବିଜୁ ସ୍ୱ।ସ୍ଥ କାର୍ଡ ତୁଳନାରେ ଆୟୁଷ୍ମାନ କାର୍ଡର ସେପରି କାମ କରୁନି। ସୁଭଦ୍ରା ଯୋଜନା,ଭର୍ତ୍ତା , ବାସଗୃହ, ପାନୀୟ ଜଳ,ଧାନ,ବିଜୁଳି,ଯୁବକଙ୍କୁ ନିଯୁକ୍ତି ସହିତ ଖାଇବା ଜିନିଷ ତେଲ,ଅଟା,ଡାଲିରେ ମଧ୍ୟ ଦରଦାମ ବୃଦ୍ଧି କରାଯିବା ସହିତ, ମୁଡି,ଚୁଡ଼ା, ପେଟ୍ରୋଲ, ଡିଜେଲରେ ଟିକସ ନେଉଛନ୍ତି।ଏଠି ବିଜେପିର କିଛି ନାହିଁ, ଆମ ଦଳର ବ୍ଲକ ଚେୟାର ମ୍ୟାନ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ ଅଧିକ ଅଛନ୍ତି ସେମାନେ କିଛି କରି ପାରିବେ ନାହିଁ। ପଞ୍ଚାୟତରେ କିଛି କାମ କରିବାପାଇଁ ପାଖରେ ବିଡ଼ିଓଙ୍କ ପାଖରେ ବିଜେପି କର୍ମୀମାନେ ପହଞ୍ଚି ବାଧା ସୃଷ୍ଟି କରୁଛନ୍ତି। କିଏ କହୁଛି ମୁଁ ମଣ୍ଡଳ ସଭାପତି କୁଣ୍ଡଳ ସଭାପତି ସେମାନେ ନିର୍ବାଚିତ ପ୍ରତିନିଧି ନୁହଁନ୍ତି ସେମାନଙ୍କ କିଛି ଗଣତାନ୍ତ୍ରିକ ଅଧିକାର ନାହିଁ ବୋଲି ବିଧାୟକ ଶ୍ରୀ ଜେନା ମତବ୍ୟକ୍ତ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଏରସମା ବ୍ଲକ ବିଜୁ ଜନତାଦଳର ସଭାପତି ପୀତବାସ ଗଚ୍ଛାୟତ,ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ସମବାୟ ବିତ୍ ସମୀର ରଞ୍ଜନ ସ୍ୱ।ଇଁ ,ଗିରିଧାରୀ ରାଉତ ଯୋଗଦେଇ ଥିଲେ। ବଳେଇପୁର ପଞ୍ଚାୟତ ବିଜୁଜନତା ଦଳର ସଭାପତି ଫିରୋଜ ଗଚ୍ଛାୟତ, ପୂର୍ବତନ ସଭାପତି ଶ୍ରୀକାନ୍ତ ସ୍ୱ।ଇଁ, ଯୁବ ସଭାପତି ପ୍ରଶାନ୍ତ କୁମାର ପାତ୍ର,କର୍ମୀ ରତିକାନ୍ତ ଦାସ, ନିରଞ୍ଜନ ନାୟକ, ଭାଗବତ ସେଠୀ , ଦୀପକ ସ୍ୱ।ଇଁଙ୍କ ସମେତ ବଳେଇପୁରୁ ପଞ୍ଚାୟତର ଶତାଧିକ ବିଜୁଜନତା ଦଳର କର୍ମୀମାନେ ଯୋଗ ଦେଇଥିଲେ।
Article Image
1