ପାରାଦୀପ ଗଡ , 14/06/2025, ଉତ୍କଳ voice news - utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବ ର ୫ମ ସନ୍ଧ୍ୟା ରେ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ସୁବ୍ରତ ସ୍ୱାଇଁ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.କେ. ଏସ୍. ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଭାତ କୁମାର ନନ୍ଦୀ, ମ୍ୟାନେଜିଂ ଡାଇରେକ୍ଟର, ପାରାଦୀପ ପରିବହନ, ଦୀପ୍ତି ଶଙ୍କର ଦାସ, ରେଲିଆନ୍ସ ଇଣ୍ଡିଆ, ଓଡିଶା ହେଡ୍, ମନୋରଞ୍ଜନ ପଟ୍ଟନାୟକ, ରଂଜିତ କୁମାର ଜେନା, ପାକ୍ସିଅର୍ ଇଣ୍ଡିଆ ଲିମିଟେଡ, ଜଗବନ୍ଧୁ ସାମଲ, ମ୍ୟାନେଜର ଫାଲକୋନ୍ ଏକ୍ସପୋର୍ଟ ଲିମିଟେଡ, ପରେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଶାନ୍ତ ବାବା, ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ପ୍ରମୁଖ ଯୋଗଦେଇ ବିଲୁପ୍ତ ପ୍ରାୟ ପାରଂପରିକ କୃଷି ଭିତ୍ତିକ ଗଣପର୍ବ ରଜ ପର୍ବ କୁ ମହା ଆଡ଼ମ୍ବରରେ ପାଳନ କରିଥିବାରୁ ସରପଞ୍ଚ ଙ୍କୁ ପ୍ରଶଂସା କରିଥିଲେ l କଟକ ବାଙ୍କୀ ର ସିଂହମ୍ ଡାନ୍ସ ଗ୍ରୁପ୍ ବାଙ୍କୀ, ନୃତ୍ୟଶ୍ରୁ କଳାପରିଷଡ ଖୋର୍ଦ୍ଧା, ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦ, ବୌଦ ଅଂଶ ଗ୍ରହଣ କରି ଚିତ୍ତାକର୍ଷକ ପାରମ୍ପାରିକ, ଓଡ଼ିଶୀ, ସମ୍ବଲପୁରୀ, ଆଦିବାସୀ, ଆସାମୀ, କୁଚୂପୁଡ଼ି ନୃତ୍ୟ ପରିବେଷଣ କରି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l କୋଡ଼ିଏ ହଜାର ଦର୍ଶକ ଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ନକେଦମ୍ ହୋଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ଜୟନ୍ତ ସେନାପତି, ମନୋଜ ରାଉତ, ସଂଗ୍ରାମ ବେହେରା, ନିରଞ୍ଜନ ପରିଡ଼ା, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ଅଲେଖ ମହରଥା, ରମେଶ ବେହେରା, ଚନ୍ଦ୍ରକାନ୍ତ ସ୍ୱାଇଁ, ଅନନ୍ତ ବିଶ୍ଵାଳ, ବିଚିତ୍ର ପ୍ରଧାନ, ଶାରଦା ପ୍ରସନ୍ନ ସ୍ୱାଇଁ, ଧର୍ମେନ୍ଦ୍ର ସାହୁ, ପ୍ରକାଶ ଦଳାଇ, ରାକେଶ ମଙ୍ଗରାଜ, ପ୍ରଭାତ ସାହୁ, ବିଷ୍ଣୁ ଚରଣ ସାହୁ, କଳ୍ପନା ମହାପାତ୍ର, ଦୀପକ ପଣ୍ଡା, ଉଲ୍ଲାସ ମହାରଥା, ଶୁଭସ୍ମିତା ମଙ୍ଗରାଜ, ଜୀବନଧନ ବେହେରା, ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l


