ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାଲପଦା ଛତରକନ୍ଧା ଧୂମଧାମରେ ରଜ ମହୋତ୍ସବ ପାଳନ

ଏରସମା, 15/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଳକ ଅନ୍ତର୍ଗତ ବାମଦେଇପୁର ଗ୍ରାମପଞ୍ଚାୟତ ଜାଲପଦା (ଛତର କନ୍ଧା) ମହାବିର ହନୁମାନଙ୍କ ପିଠରେ ମହାବୀର ଯୁବକସଂଘ ପକ୍ଷରୁ ନବମ ବାର୍ଷିକ ରଜ ମହୋତ୍ସବ ପାଳନ କରାଯାଉଛି। ନବମ ବାର୍ଷିକ ରଜ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର ରଜ ମହୋତ୍ସବ କମିଟିର ସଦ୍ୟସ ରଞ୍ଜନ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତି,ମୁଖ୍ୟ ବ୍ୟକ୍ତା ଭାବେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ସାହୁ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କ୍ଷେତ୍ରମୋହନ ସାହୁ, ବାଲିତୁଠ ମଣ୍ଡଳ ସଭାପତି, ବିକ୍ରମଜିତ୍ ସାମନ୍ତରାୟ, ଏରସମା ମଣ୍ଡଳ ସଭାପତି ଅମେରେନ୍ଦ୍ର ଦଳାଇ, ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ଜେଳନ କରି ପ୍ରଥମେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତି ସମସ୍ତ ଜନସାଧାରଣଙ୍କୁ ରଜର ଅଭିନନ୍ଦନ ଶୁଭେଚ୍ଛା ଜଣାଇ ଅହମ୍ମତାବାଦ ରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରେଇଥିବା ମୃତକମାନଙ୍କ ପ୍ରତି ଗଭିର ଶୋକ ପ୍ରକାଶ କରିବା ସହିତ ୨ ମିନିଟି ନିରବ ପ୍ରାର୍ଥନା କରିବା କୁ ସମସ୍ତ ଦର୍ଶକ ମାନଙ୍କୁ ଅନୁରୋଧ କରିଥିଲେ। ଦିନକୁ ଦିନ ପୁରୁଣା ସଂସ୍କୃତି ଭାଇଚାର ଲୋପ ପାଇବାକୁ ବସୁଥିବା ବେଳେ ଏ ଗାଁରେ ଯୁବକମାନେ ଦୀର୍ଘ ୯ ବର୍ଷଧରି ଏକ ସୁନ୍ଦର ପ୍ରୟାସ ଜାରି ରଖିଛନ୍ତି। ସମ୍ମାନିତ ଅତିଥି ନୃସିଂହ ସାହୁ କହିଥିଲେ ଜାଲପଦା ସହିତ ମୋର ବ୍ୟକ୍ତିଗତ ସମ୍ପର୍କରେ ବହୁ ଦିନର ଆଜିର ଯବ ପିଢିମାନେ ଏକାଠି ହେଇ ମିଳିମିଶି ଆନନ୍ଦ ଉଲ୍ଲାସର ସହିତ ଗାଁରେ ରଜ ପାଳୁଛନ୍ତି ସମସ୍ତଙ୍କୁ ଆନ୍ତରିକତା ସହିତ ଧନ୍ୟବାଦ ଜଣାଇବା ସହିତ ଅନୁଷ୍ଠାନ ଦୀର୍ଘଯିବି ହେଉ ଏବଂ ମୋର ଏ ଗାଁ ପ୍ରତି ଭଲ ପାଇଁ ଅଛି ଆମେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବୁ ଏବେ ସମୟ ଆସିଛି ବିଜେପି ଏବେ ଆପଣମାନଙ୍କ ଆଶ୍ରିବାଦରୁ ଓଡ଼ିଶାରେ ବିଜେପି ସରକାର ତେଣୁ ସରକାରୀ ସୁବିଧାରୁ କେହି ବଞ୍ଚିତ ହେଇ ରହିବେ ନାହିଁ ଆପଣଙ୍କ ସବୁ ଅସୁବିଧାରେ ଆମେ ଆପଣମାନଙ୍କ ସହିତ ଅଛୁ ସମସ୍ତେ ଏକାଠି ହେଇ ବିକାଶ ପଥରେ ଆଗେଇ ଚାଲିବା ବେଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଅନ୍ୟତମ ମାନଙ୍କ ମଧ୍ୟରେ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ମନୋରଞ୍ଜନ ମାମନ୍ତରାୟ,ଘନଶ୍ୟାମ ପୁହାଣ,ଅଭୟ ପଲେଇ, ନିତ୍ୟାନନ୍ଦ ମହାରଣା,ପ୍ରଦିପ ମହାନ୍ତି ଉପସ୍ଥିତ ରହି ରଜପର୍ବର ଗୁଣ ଗାନ କରିଥିଲେ । ଦ୍ୱିତୀୟ ସଂଧ୍ୟାରେ ଜାଲପଦା ଗ୍ରାମର ଛୋଟ କଳାକାର ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରାଯାଇଥିଲା ଏବଂ ଛୋଟ ଛୋଟ ପିଲା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳି ସାଙ୍ଗକୁ ଖେଳ ଉପକରଣ ଓ ଦେକାନ ବଜାର ଦିଆଯାଇଛି ଏବଂ ରଜ ମହୋତ୍ସବ କମିଟିର ଭାଇମାନେ ବିଜୟ କୁମାର ସାହୁ, ସୌମ୍ୟରଞ୍ଜନ ସାହୁ,ସୁରେଶ ଖଟେଇ,ସୌରି ମହାରଣା, ଚନ୍ଦନ କୁମାର ସାହୁ,ମଧୂସୁଧନ ପଲାଇ,ମନୋଜ ସ୍ୱାଇଁ, ସୁନିଲ ରାଉତ ଙ୍କ ସମେତ ଗ୍ରାମର ମୁରବି ଏବଂ ସମସ୍ତଙ୍କ ସହଯୋଗରେ ରଜ ମହୋତ୍ସବ ୨୦୨୫ ଶାନ୍ତି ଶୃଙ୍ଖଳା ଭାବରେ ଚାଲୁଛି। ଯାହାକୁ ଦେଖିବାକୁ ଅଞ୍ଚଳର ଲୋକମାନେ ବେଶ୍ ଭିଡ ଦେଖିବାକୁ ମିଳିଥିଲା
Article Image
Article Image
Article Image
Article Image
1