ତିର୍ତୋଲ, 15/06/2025, ଉତ୍କଳ voice news - utkalvoicenews.com(ତିର୍ତୋଲ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ) :

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ କଣ୍ଟିକଣ ଗ୍ରାମର ପିତା ନରେନ୍ଦ୍ର ମହାନ୍ତି ମାତା ରୋଜାଲିନ ମହାନ୍ତି ଙ୍କ ଝିଅ ରୋନି ମହାନ୍ତି ସଂସ୍କୃତିକ ପ୍ରତିଷ୍ଠାନ ତରଫରୁ ୬ ଜୁନ ରେ ଅନୁଷ୍ଠିତ ଅନ୍ନପୂର୍ଣ୍ଣା ଚଳଚିତ୍ର ପୁରୀ ରେ ଚମତ୍କାର ନୃତ୍ୟ ପରିବେଷଣ କରି ଯଶଶ୍ରୀ ଭାରତ ସମ୍ମାନ ରେ ସମାନ୍ୱିତ ହୋଇଥିବା ରୁ ପୁରାଣା ପୋଷଲ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସହପାଠୀ ମାନେ କୃତଜ୍ଞତା ଜଣାଇଛନ୍ତି l ରୋନି ମହାନ୍ତି ଙ୍କର ଛୋଟ ବେଳୁ ନୃତ୍ୟ କ୍ଷେତ୍ରରେ ଆଗ୍ରହ ଥିବାରୁ ବିଭିନ୍ନ ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ଅର୍ଜନ କରି ଲୋକ ମାନଙ୍କ ହୃଦୟରେ ଏକ ଚର୍ଚ୍ଚିତ ଚେହେରା ପାଲଟିଥିଲେ l ତାଙ୍କର ଏହି ପ୍ରଶଂସନୀୟ କଳା ସମ୍ମାନରେ ସମ୍ମାନିତ ହୋଇଥିବାରୁ ଅଞ୍ଚଳ ବାସୀ, ନିଜର ଆତ୍ମୀୟ ମାନେ ତଥା ଅଜା ଅଶୋକ ଦାସ, ମା କବିତା ଦାସ, ପାଖ ପଡୋଶୀ ଅପା ଓ ପିଉସା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି l ଆଗକୁ ରୋନି ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ନିଜର ଚାମତ୍କାରୀତା ପ୍ରଦର୍ଶନ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି l ଯଦି ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ ମିଳେ ତେବେ ତାଙ୍କ ଝିଅ ଭବିଷ୍ୟତ ରେ ଏକ ଜାତୀୟ ସ୍ତରୀୟ ଉଚ୍ଚକୋଟିର ନୃତ୍ୟଶିଳ୍ପୀ ହୋଇ ପାରନ୍ତା ବୋଲି ତାଙ୍କର ବାପା ଓ ମା ଆଶା ରଖିଛନ୍ତି l