ଏରସମା, 15/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

"କଥାରେ ଅଛି ସାନ ସିନା ଦାନ ତାଙ୍କ ମହାନ୍" ଦର୍ଶକ ବନ୍ଧୁ ଆଜିର ମୋବାଇଲ ଯୁଗରେ ପିଲା ମାନେ ବିଭିନ୍ନ ପ୍ରକାର ଯେମିତି କି online game, instagram, tiktok reels ରେ ସମୟ ବର୍ବାଦ କରୁଥିବା ବେଳେ କିଛି ଛୋଟ ଛୋଟ ପିଲା ମାନେ ଏମିତି କିଛି କାମ କରି ପ୍ରଶଂସା ର ପାତ୍ର ସାଜିଛନ୍ତି ଶଳମଙ୍ଗା ଗ୍ରାମରେ। ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ତୁଳଙ୍ଗ ପଞ୍ଚାୟତ ର ଶଳମଙ୍ଗା ଗ୍ରାମ କଥା। ଏହି ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଜାଗୁଳାଇ। ଏହି ମାଙ୍କ ପିଠରେ କୋଉ ଅନାଦି କାଳରୁ ଗ୍ରାମବାସୀ ମାନେ ଚତୁର୍ଥ ପ୍ରହର ନାମଯଜ୍ଞ କରି ଆସୁଛନ୍ତି। କିନ୍ତୁ ଉକ୍ତ ଗ୍ରାମର ଛୋଟ ଛୋଟ ପିଲା ମାନେ ବୟସ ସାତ ରୁ ଦଶ ବର୍ଷ ହେବ ଯାହା ଆଜି ରଜ ପର୍ବ ରେ ଯାହା କରିଦେଖେଇଛନ୍ତି ତାହା ଆମ ସମାଜ ପାଇଁ ଏକ ଗର୍ବ ର ବିଷୟ। ଆଜକୁ ଚାରି ବର୍ଷ ହେଲା ପିଲାମାନେ ସଡେଇ ରେ କୀର୍ତ୍ତନ କରି ଖେଳୁ ଥିଲେ। କିନ୍ତୁ ଆଜି ତାହା ବାସ୍ତବରେ କରି ଦେଖେଇଛନ୍ତି। ଗାଁ ଗାଁ ବୁଲି collection କରି ଚତୁର୍ଥ ପ୍ରହର ନାମ ସଙ୍କର୍ତ୍ତନ କରିଛନ୍ତି ପହିଲ ରଜରେ ।ଭଗଵାନ ଙ୍କ ପାଇଁ ପିଲା ମାନଙ୍କ ଭଲ ପାଇବା ହରିନାମ ସଙ୍କୀର୍ତ୍ତନ ପାଇଁ ଭଲ ପାଇବା ଆଜି ତାଙ୍କୁ ତାଙ୍କୁ ଲକ୍ଷ ସ୍ଥଳରେ ପହଂଚଇଛି ।ଆଜି ଶଳମଙ୍ଗା ଗାଁ ପାଲଟିଛି ବୃନ୍ଦାବନ ଆଉ ସେହି ପିଲାମାନେ ହେଉଛନ୍ତି ଜଣେ ଜଣେ କୁନି ଚୈତନ୍ୟ। ସେ ଯାହା ହଉନା କାହିଁକି ପିଲାମାନେ ଏହି କାମ କରି ଆଜି ସେହି ଶଳମଙ୍ଗା ଗ୍ରାମ ପାଇଁ ଗର୍ବ ଓ ଗୌରବ ର ବିଷୟ ପାଲଟିଛନ୍ତି। ଗ୍ରାମବାସୀ ମାନେ ସେହି ପିଲାମାନଙ୍କ ର ଏପରି କାର୍ଯ୍ୟରେ ସହୋଯୋଗ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଏହି ବର୍ଷ ମା ଜାଗୁଳାଇ ଙ୍କ ପୀଠରେ ତିନି ଥର ନାମ ସଙ୍କୀର୍ତ୍ତନ ହୋଇଥିବାରୁ ସେ ଅଞ୍ଚଳବାସୀ ମାନେ ବହୁତ ଆନନ୍ଦିତ ହେବା ସହିତ ଓ ମାଁ ଜାଗୁଳାଇ ଙ୍କ ଆଶୀର୍ବାଦ ବୋଲି ଭାବିନେଇଛନ୍ତି ।

