ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆସିଛି ଗଣପର୍ବ ରଜ

ତିର୍ତୋଲ, 15/06/2025, ଉତ୍କଳ voice news - utkalvoicenews.com (ମନୋଜ କୁମାର ଜେନା) ମିର୍ଜାପୁର, ତିର୍ତୋଲ, ଜଗତସିଂହପୁର
Article Image
Article Image
ଓଡିଶା ଏମିତି ଏକ ରାଜ୍ୟ ଯେଉଁଠି କଳା, ସଂସ୍କୃତି, ପରମ୍ପରା ଏବଂ ଭାଇଚାରାର ରାଜ୍ୟ । ଏଠି ବାର ମାସରେ ତେର ପର୍ବ ହୋଇଥାଏ । କାହିଁକି ନାଁ ଏ ମାଟି ହେଉଛି ପ୍ରଭୁ ଜଗନ୍ନାଥଙ୍କ ମାଟି । ତେଣୁ ପ୍ରତ୍ୟେକ ଓଡ଼ିଆ ମାସ ଅନୁସାରେ କିଛିନା କିଛି ପର୍ବପର୍ବାଣି ପଡ଼ିଥାଏ । ସେଥି ମଧ୍ୟରୁ ଗଜପର୍ବ ରଜ ଏକ ଅନ୍ୟତମ । ରଜ ପର୍ବଟି ହେଉଛି ଓଡ଼ିଶାର ଗଣପର୍ବ ବା କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ । ରଜ ଆସିଲେ ସମସ୍ତଙ୍କ ମନ ଭିତରେ ଗୋଟେ ଖୁସି, ଆନନ୍ଦର ମହୋଲ ପଳେଇ ଆସେ । ରଜ ଆସିବ ନୂଆ ବସ୍ତୁ ପିନ୍ଧିବା, ପିଠାପଣା ଖାଇବା, ପାନ ଖାଇବା ବୁଲାବୁଲି କରିବା ଇତ୍ୟାଦି । ରଜ ଏକ ସ୍ବତନ୍ତ୍ର ପର୍ବ ଆଉ ସୁସମ୍ପର୍କର ଏକ ଚାବିକାଠି କହିଲେ ଅତ୍ୟୁତି ହେବନାହିଁ । ରଜ ପର୍ବର ସବୁଠୁ ନିଆରା ବା ମୁଖ୍ୟ ହେଉଛି ଦୋଳି । ସେ ବାଉଁଶ ପଟା ଦୋଳି ହେଉ ରସି ଦୋଳି ହେଉ । ତେଣୁ ସେହି ରଜ ଆସିଲେ ସମସ୍ତଙ୍କ ମନ ଭିତରେ ମନେ ପଡ଼ିଯାଏ ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଘେନି ନୂଆ ସଜବାଜ" । ହଁ ଆଜ୍ଞା ଏ ଗୀତଟି ଓଡ଼ିଆର ଗଣ ପର୍ବ ଉଚ୍ଚ ଆସିଲେ ଗାଁ ଗଣ୍ଡା ଠାରୁ ସହର ପର୍ଯ୍ୟକୁ ସବୁଆଡେ ଦୋଳି ଖେlଜିବା ସମୟର ବୋଲାଯାଏ । ଏ ପର୍ବଟି ଆଷାଢ଼ ମାସରେ ପଡିଥାଏ । ତିନିଦିନ ଏହି ଉଚ୍ଚ ପର୍ବ ପାଳନ କରାଯାଇଥାଏ । ଓଡିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ । ଏଠି ସବୁବେଳେ ଚାଷି ତାଙ୍କ ଜମି ମାନଙ୍କରେ ନାମ କରିଥାନ୍ତି । କିନ୍ତୁ ଏହି ତିନିଦିନ ତାଙ୍କ ପାଇଁ ହେଉଛି ବିଶ୍ରାମ ଦିନ ବା ଛୁଟି ଦିନ ବୋଲି କଳିଲେ ଅତ୍ୟୁକ୍ତି ହେବନି ।
Article Image
ରଜ ପର୍ବର ସବୁଠୁ ନିଆରା ବା ମୁଖ୍ୟ ହେଉଛି ଦୋଳି । ସେ ବାଉଁଶ ପଟା ଦୋଳି ହେଉ ଭର୍ସି ଦୋଳି ହେଉ । ତେଣୁ ସେହି ରଜ ଆସିଲେ ସମସ୍ତଙ୍କ ମନ ଭିତରେ ମନେ ପଡ଼ିଯାଏ “ବନସ୍ତେ ଡାକିଲା ଗଜ, ବରଷକେ ଓରେ ଆସିଛି ରଜ, ଘେନି ନୂଆ ସଜବାଜ" । ହଁ ଆଜ୍ଞା ଏ ଗୀତଟି ଓଡ଼ିଆର ଗଣ ପର୍ବ ରଜ ଆସିଲେ ଗାଁ ଗଣ୍ଡା ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ଦୋଳି ଖେଳିବା ସମୟର ବାଜିଥାଏ । ଏ ପର୍ବଟି ଆଷାଢ଼ ମାସରେ ପଡିଥାଏ । ତିନିଦିନ ଏହି ରଜ ପର୍ବ ପାଳନ କରାଯାଇଥାଏ । ଓଡିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ । ଏଠି ସବୁବେଳେ ଚାଷି ତାଙ୍କ ଜମି ମାନଙ୍କରେ କାମ କରିଥାନ୍ତି । କିନ୍ତୁ ଏହି ତିନିଦିନ ତାଙ୍କ ପାଇଁ ହେଉଛି ବିଶ୍ରାମ ଦିନ ବା ଛୁଟି ଦିନ ବୋଲି କହିଲେ ଅତ୍ୟୁତ ହେବନି । ଏହି ତିନିଦିନ ରଜକୁ ଆମେ ସାଧାରଣତ କହିଥାଉ ପହିଲି ରଜ,ଦ୍ଵିତୀୟ ରଜ ବା ମିଥୁନ ସଂକ୍ରାନ୍ତି ଓ ଶେଷ ରଜକୁ ଭୂଇଁ ନହଣ ବୋଲି କହିଥାଉ । କିନ୍ତୁ ଆଜି ଆମେ ଆମ ସଂସ୍କୃତି, ପରମ୍ପରା, ଚାଲି ଚଳଣ, ବ୍ୟବହାର, ପର୍ବ ପର୍ବାଣି ସବୁ ଭୁଲି ଆଧୁନିକତାର ଦ୍ବାହି ଦେହି ଧୀରେ ଧୀରେ ସେ ସବୁକୁ ଆମେ ମାନେ ସବୁ ଭୁଲିଗଲେଣୀ । ହଁ ଆଜ୍ଞା ରଜ ପର୍ବ ଆସିଲେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସ ଲାଗିପଡେ । ବ୍ୟକ୍ତିଗତ ଭାବେ କହିବାକୁ ଗଲେ ଏହି ରଜ ପର୍ବଟି ଝିଅ ମାନଙ୍କର ହୋଇଥାଏ । କିଛି ବର୍ଷ ତଳକୁ ଆମେ ପକାଇବା ଏହି ରଜ ପର୍ବ ଆସିଲେ କଣ ହେଉଥୁଲା.......? । ହଁ ରଜ ଆସିବା ପୂର୍ବରୁ ଘରର ମା ମାନେ ତିନିଦିନର ଏହି ପର୍ବ ଲାଗି ପିଠା ପଣା ପାଇଁ କିଛିଦିନ ଆଗରୁ ଅରୁଆ ଚାଉଳକୁ ପାଣିରେ କିଛି ସମୟ ବହୁଭାଇ ଥାନ୍ତି ପରେ ତାକୁ ଛାଣିକି ଗୋଟେ ପାତ୍ରରେ ରଖନ୍ତି ଆଉ ତାପରେ ତାକୁ ଢ଼ୀଙ୍କିରେ କୁଟିକି ଚୁନା କରିଥାନ୍ତି । ସେହି ଚୁନା ରେ ବିଭିନ୍ନ ପ୍ରକାରର ପିଠା ପଣା କରିଥାନ୍ତି । ଏମିତିକି ପୋଡ଼ ପିଠା,ମୁଆନ୍ତି ପିଠା, ଚକୁଳି, ଇଟିଲି, କାକରା, ଆରିସା ଇତ୍ୟାଦି ଆହୁରି ବିଭିନ୍ନ ପ୍ରକାରର ପିଠାପଣା ତିଆରି କରନ୍ତି । ଏଇ ପିଠାର ବାସ୍ନାରେ ମହକି ଉଠେ ଘରର ପରିବେଶ ।
Article Image
କେତେ ସୁନ୍ଦର ଆମ ସଂସ୍କୃତି ଓ ପରମ୍ପରା ତାହା ବର୍ଣନା କରିବା ଅସମ୍ଭବ । କିନ୍ତୁ ଏବେ ସେହି ଢ଼ିଙ୍କର ସବୁ ଶୁଳ ନାହିଁ କି ଆଉ ଅରୁଆ ତାରକ ଚୁନା ହେଉ ନାହିଁ । ଢ଼ିଙ୍କି ଜାଗାଟା ଆମର ଆଧୁନିକର ଗ୍ରାଇଣ୍ଡର ନେଇଛି । ଆପଣ ଜାଣିଥିବେ ରଜରେ ମୁଖ୍ୟତ ହେଉଛି ପୋଡ଼ ପିଠା । ପୋଡ଼ ପିଠା ହେଇନିତ ରଜର କିଛି ମଜା ଆସିନଥାଏ । ଗାଁ ଗାଁର ରେ ଝିଅ ବୋହୁ ମାନେ ସବୁ ମିଳିକି ରଜ ପର୍ବ ଦିନ ବା ସଜବାଜ ଦିନ ନିଜନିଜ ଭିତରେ ସ‌ଜବାଜ ହୋଇଥାନ୍ତି ଅର୍ଥାତ ହାତରେ ମେହେନ୍ଦି କରିବା, ଅଳତା ଲଗାଇବା, ମୁଣ୍ଡରେ ଚନ୍ଦନ ଲଗାଇବା ଇତ୍ୟାଦି ସବୁ ସଜବାଜ ହୋଇଥାନ୍ତି ଏମିତି କି ଘର ଅଗଣାକୁ ଲିପି ବା ଧୋଇକି ବିଭିନ୍ନ ପ୍ରକାରର ଝୋଟି ପକାଇ ଥାଆନ୍ତି । ପହିଲି ରଜ ଦିନ ଭୋରୁ ଉଠି ମା ମାନେ ଗାଧୋଇ ପାଧୋଇ ପିଠାପଣା କରି ସମସ୍ତଙ୍କୁ ଆନନ୍ଦ ଉଲ୍ଲାସରେ ଖାଇବାକୁ ଦେଇଥାନ୍ତି । ଝିଅ ମାନେ ଦଳବଳ ହୋଇ ଗାଁ ମାନଙ୍କରେ ଘରକୁ ଘର ବୁଲି ପିଠା ଖାଇବା ସହିତ ଗାଁ ଗଛ ମାନଙ୍କରେ ଲାଗିଥିବା ବିଭିନ୍ନ ପ୍ରକାରର ଦୋଳିରେ ରଜ ଗୀତ ଗାଈ ଖେଳିଥାନ୍ତି । ରଜର ଗୀତ ଗୋଟେ ନିଆରା ଥାଏ । ଗୀତଟି ହେଲା " ରଜ ଦୋଳି କଟକଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ କିଏ ଦେଖୁବ ଆସ ଆଉ ପୁଅ ମାନେ ସବୁ ଏହି ତିନି ଦିନ ରଜରେ କାମ ଧନ୍ଦା ଏମିତିକି ଚାଷ କାମ ସବୁ ବନ୍ଦ କରିଦେଇ ଥାଆନ୍ତି । କାହିଁକିନା ଏହି ତିନିଦିନ ରଜରେ ମାଟି ମା'କୁ ବିଶ୍ରାମ ଦିଆଯାଏ । ଯେ ହେତୁ ସବୁ କାମ ବନ୍ଦ ହୋଇଥାଏ ତେଣୁ ଏହି ତିନି ଦିନ ଉଚ୍ଚରେ ପୁଅମାନେ କବାଡି, ତାସ ଏମିତିକି ବହୁତ ପ୍ରକାରର ଖେଳ ସବୁ ଖେଳିକି ରଜରେ ମଜା ନେଇଥାନ୍ତି । ଗାଁକୁ କାହା ଘରକୁ ନୂଆ ବୋଉଟିଏ ଯଦି ଆସିଥାଏ ତାଙ୍କରି ଘରେ ବେଶି ଝିଅ ମାନଙ୍କର ଭିଡ ଜମିଥାଏ । କାହିଁକିନା ନୂଆ ବୋହୂକୁ ରଜ ରେ ସମସ୍ତେ ଦେଖନ୍ତି ଆଉ ସେହି ନୂଆ ବୋହୂ ମଧ୍ୟ ଯାଇଥିବା ଝିଅ ମାନଙ୍କୁ ଖୁବ ସୁନ୍ଦର ଭାବରେ ସଜାଇ ଦେବା ସହିତ ଘରେ ତିଆରି ହୋଇଥିବା ପିଠା ଶ୍ରଦ୍ଧାରେ ସମସ୍ତଙ୍କୁ ଖୁଆଇଥାଏ l
Article Image
କୁଅ ତଳେ ପାଣି ଆ ... ବଉଳ ଲୋ କୂଅ ତଳେ ପାଣି ଆଣ୍ଡ ଦୋଳି ଖେଳିବାକୁ ପଳେଇ ଆଇଡୁ ଯୋତିନାହୁଁ ଗୋଟେ ଖୁଣ୍ଡ ।
Article Image
ବତା ଭଲ ବନ୍ଧା ଡାକି.... ବଉଳ ଲୋ ବତା ଉଭ ବନ୍ଧା ଚାଳି ମନ ବାନ୍ଧିଥିଲେ ନିଜ ଲୋକ ପାଖେ ଖେଳୁąବୁ ଭଲ ଦୋଳି । ଗଡ଼ି ଗଡ଼ି ଗଲା ବାଟି....ବଉଳ ଲୋ ଗଡ଼ି ଗଡ଼ି ଗଲା ବାଟି ଭଲ ଦିନେ ଆଉ ବସେନାହିଁ ତୁନି ତ୍ରୁଟିଗଲା ଯେତେ କଟି । ତିନିଦିନ ରଜ ଚାଲିବା ପରେ ଅର୍ଥାତ୍ ରଜ ବାସି ବସୁମତୀ ମାଙ୍କୁ ପୂଜା କରାଯାଇଥାଏ । କାହିଁକି ନାଁ ତିନିଦିନ ମାଟି ମାକୁ ବିଶ୍ରାମ ଦେଲା ପରେ ଏଇ ପୂଜା କରାଯାଇ ବର୍ଷର ଚାଷ କାମ ସବୁ ଚାଷୀ ଭାଇ ମାନେ ଆରମ୍ଭକରିଥାଆନ୍ତି । କିନ୍ତୁ ଆଜିକାଲି ସେ ସବୁ କୁଆଡେ ହଜିଗଲାଣି । ସେହି ପର୍ବ ଅଛି, କିନ୍ତୁ ଆଗ ପରୀ ଆଉ ଗଣପର୍ବ କୁ ପାଳନ କରିବା ପାଇଁ ଆଜିର ମଣିଷ ପାଖରେ ସମୟ ନାହିଁ । ଗାଁ ମାନଙ୍କରେ ଝିଅ ମାନଙ୍କ ଭିତରେ ଭଲ ପାଇବା, ଏକାଠି ବସିବା, ଖାଇବା, ବୁଲିବା ସବୁ ଲୋପ ପାଇଗଲାଣି । ନାହିଁ ଜାଣିଛନ୍ତି କାହିଁକି ନା ନିଜ ନିଜ ଭିତରେ ଗର୍ବ ଅହଂକାର, ତୋର ମୋର ରହିଲା । ସେ ମୋ ପାଖକୁ ଆସୁନି ମୁଁ କାହିଁ ଯିବି । କାହା ଘରକୁ ଗଲେ କିଏ କଣ ଭାବିବ, କଣ କହିବ ଏସବୁ ଭିତରେ ଆଜିର ମଣିଷ ଭିତରେ ରହୁଛି । ଘରକୁ ନୂଆ ବୋହୂ ଟିଏ ଆସିଲେ ତା ପଡିଶା ଘର ଲୋକବି ଦେଖିବାକୁ ଯାଉନି କାହିଁକି ନା ସେ ଭଲ ପାଇବା, ଆଉ ୟେ ମଣିଷ ମାନଙ୍କ ଠାରେ ଆଉ ଦେଖୁବାକୁ ମିଳୁନି । ଆଉ ଗୋଟେ କଥା ରଜରେ ପୋଡ଼ ପିଠା ଯେମିତି ମୁଖ୍ୟତ ସେମିତି ରଜ ପାନ ମଧ୍ୟ ମୁଖ୍ୟ । ଲୋକେ ପିଠା ଖାଇବା ସହିତ ରଜ ପାନ ଖାଇବି ବହୁତ ମଜା ନେଇଥାନ୍ତି । ଏବେ ବରଷକୁ ଥରେ ରଜ ଆସୁଛି ସତ କିନ୍ତୁ ସେ ରଜ ପରି ଲାଗୁନି । ସେ ପିଠା ନାହିଁ, ଗାଁ ଗଛରେ ଦୋଳି ନାହିଁ, ଘର ମାନଙ୍କରେ ଝୋଟିବି ନାହିଁ, ଗାଁ ଦାଣ୍ଡରେ କବାଡି, ତାସ ଖୋଜଳି ଆଉ ଦେଖ‌ିବାକୁ ମିଳୁନି, ସେହି ରଜ ଗୀତ ବି ଶୁଭୁନି । ସତରେ ସେତେବେଳେ ମଣିଷ ପାଖରେ ଧନ ନଥୁଲା କିନ୍ତୁ ତାଙ୍କ ପାଖରେ ସ୍ନେହ, ଶ୍ରଦ୍ଧା ଭଲ ପାଇବା ଏତେ ଥିଲା ଯେ ସେ ସବୁ ଧନ ଆଗରେ ଫିକା । କିନ୍ତୁ ଆଜିର ମଣିଷ କେବଳ ଧନ ପଛରେ ଗୋଡ଼ାଇ ସେ ସବୁକୁ ହରେଇଛନ୍ତି ବା ହଜେଇ ଦେଉଛନ୍ତି । ଏହି ମଣିଷ ସବୁକୁ ପଛରେ ପକାଇ ଆଧୁନିକତାର ଦ୍ବାହି ଦେହି ନିଜକୁ ଠକିବାରେ ଲାଗିଛି । ଆସନ୍ତୁ ଆଜିବି ସମୟ ଅଛି ଆମେ ମାନେ ମିଳିମିଶି ଆମ ରାଜ୍ୟର ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀକୁ ବଜାୟ ରଖିବା ଶହ ସାରା ବିଶ୍ବରେ ଓଡିଶାର ମୁଣ୍ଡକୁ ଟେକ ରଖିବା ।
1