ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧୁମ୍ ଧାମରେ ପାଳନ ହେଉଛି ଶ୍ରୀଚରଣ ବାବା ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ

ଏରସମା, 15/06/2025, ଉତ୍କଳ voice news - utkalvoicenews.com (ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମହିମା ଆଶ୍ରମରେ ଆନନ୍ଦର ସହିତ ପାଳନ ହେଉଛି ଅବଧୂତ ବାବା ଶ୍ରୀଚରଣ ଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ। ଅଲେଖ ମହିମା ବାବା ଦୁଃଖବନ୍ଧୁ ଦାସ ଓ ବାବା ବାବୁଲି ଦାସ ଙ୍କ ତତ୍ତ୍ଵାବଧାନରେ ପବିତ୍ର ରଜସଙ୍କରାନ୍ତିରେ ବାବା ଶ୍ରୀଚରଣ ଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରାୟ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପାଳନ ହୋଇଅଛି ।ଦୂର ଦୂରାନ୍ତରୁ ଅଲେଖ ମହିମା ବାବା ମାନେ ପବିତ୍ର ଧାମରେ ପହଞ୍ଚି ମହିମା ଭଜନ ମାନ ଗାନ କରିଥିଲେ । ବାବା ଙ୍କ ସମାଧି ପୀଠରେ ଅଖଣ୍ଡ ଧ୍ଵନୀ ପ୍ରଜ୍ଜଳିତ କରାଯାଇଥିଲା ।ମହିମା ଅଲେଖ ଧ୍ଵନୀ ରେ ସମଗ୍ର ଆଶ୍ରମ ପରିସର କମ୍ପିଭୂତ ହୋଇ ଉଠିଥିଲା। ହଜାର ହଜାର ଭକ୍ତ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା ଆଶ୍ରମ ପରିସରରେ । ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏରସମା ରୁ ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ଉତ୍କଳ ଭଏସ
Article Image
Article Image
Article Image
1