ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୋଇଡା.(ଉତ୍ତର ପ୍ରଦେଶରେ) ରଜ ମହୋତ୍ସବ ପାଳନ ।

ଏରସମା, 15/06/2025, ଉତ୍କଳ voice news - utkalvoicenews.com(ଏରସମା ରୁ ନୃସିଂହ ମଲ୍ଲିକ ରିପୋର୍ଟ୍) :
Article Image
ରଜ ପର୍ବ, ଏହା ଆମ ଓଡ଼ିଶା ର ସବୁଠାରୁ ବଡ଼ ପର୍ବ । ଏହା ଖାଲି ଆମ ଓଡ଼ିଶାରେ ପାଳନ ହେଉନାହିଁ ସମଗ୍ର ରାଜ୍ୟରେ ବସବାସ କରୁଥିବା ଆମ ଓଡ଼ିଆ ଭାଇ ମାନେ ମଧ୍ୟ ଧୁମ୍ ଧାମରେ ପାଳନ ଏହି ରଜ ପର୍ବ କୁ ପାଳନ କରିଥାନ୍ତି। ବର୍ଷ ସାରା ଏହି ସମୟକୁ ଅପେକ୍ଷା କରିଥାଆନ୍ତି ସମଗ୍ର ଓଡ଼ିଶା ବାସୀ। କେତେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ ଏହି ପରମ୍ପରା। ପୋଡପିଠା ସହିତ ରଜ ଦୋଳି।କିନ୍ତୁ ସେସବୁ ଆଜି ଏ ମୋବାଇଲ ଯୁଗରେ ଧୀରେ ଧୀରେ ଲୋପ ପାଇଗଲାନି । ନା ଅଛି ଝୋଟି ର ଚିତା ନା ଝୁଲୁଛି ବରଗଛରେ ଦୋଳି । ରଜ ଦୋଳି କଟ କଟ ଆଉ ଶୁଭୁନାହିଁ । କିନ୍ତୁ ଓଡ଼ିଶା ବାହାରେ ସାମୁହିକ ବିକାଶ ସମିତି ସଭାପତି ଡକ୍ଟର ମନୋରଞ୍ଜନ ମହାନ୍ତି ଙ୍କ ଦ୍ୱରା ଆୟୋଜିତ ଦୁଇଦିନିଆ ରଜପର୍ବ ଜୁନ ୧୪ ଓ ୧୫ ନୋଇଡା ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ର ବହୁ ସୁନାମଧନ୍ୟ କଳାକାର ଯୋଗ ଦେଇଥିଲେ. ଏଥିରେ ଆମ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ଗ୍ରାମର ଅତନୁ ଦାଶ ଙ୍କ ଝିଅ ଅନୁଷ୍କା ଦାଶ ୧୫ ତାରିଖ ସନ୍ଧ୍ୟା ରେ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ନୃତ୍ୟ ପରିବେଷଣ ରେ ପ୍ରଥମ ସ୍ଥାନ ଗ୍ରହଣ କରି ଅତିଥି ମାନଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ ।
Article Image
Article Image
1