ପାରାଦୀପ ଗଡ, 15/06/2025, ଉତ୍କଳ voice news - utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ବାରା ଆୟୋଜିତ ୪ର୍ଥ ବାର୍ଷିକ ରଜ ମହୋତ୍ସବ ର ୬ଷ୍ଟ ସନ୍ଧ୍ୟା ରେ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ସାଂସଦ ଡାକ୍ତର କୁଳମଣି ସାମଲ, ସମ୍ମାନିତ ଅତିଥି ଭାବେ ସି. ପର୍ଲ ଗ୍ରୁପ୍ ର ଅଧକ୍ଷ ଶ୍ରୀଯୁକ୍ତ ଅମିୟ କୁମାର ଦାଶ, ସୁବାସ ଦାସ, ପାରାଦୀପ ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଭଗବାନ ପରିଡ଼ା, ଶୁଶାନ୍ତ କୁମାର ତାରେଣିଆ, ସଞ୍ଜୟ ପାଣି, ମନ୍ତ୍ରୀ ଙ୍କ ବ୍ଲକ୍ ପ୍ରତିନିଧି ଦିଲ୍ଲିପ ବେହେରା, ବିଜେପି ମଣ୍ଡଳ ସଭାପତି ଗଗନ ବିହାରୀ ରାଉତ ଯୋଗ ଦେଇଥିଲେ l ମନ୍ତ୍ରି ଶ୍ରୀଯୁକ୍ତ ସମ୍ପଦ ସ୍ବାଇଁ ପୁରାଣ, କାବ୍ୟ, ପରମ୍ପରା ରେ ରଜ ମହୋତ୍ସବ ସଂମ୍ପର୍କରେ ଓଜସ୍ୱିନି ବକ୍ତବ୍ୟ ପ୍ରଦାନ କରି ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିବା ସହିତ ପ୍ରମୁଖ ଯୋଗଦେଇ ବିଲୁପ୍ତ ପ୍ରାୟ ପାରଂପରିକ କୃଷି ଭିତ୍ତିକ ଗଣପର୍ବ ରଜ ପର୍ବ କୁ ମହା ଆଡ଼ମ୍ବରରେ ପାଳନ କରିଥିବାରୁ ସରପଞ୍ଚ ଙ୍କୁ ପ୍ରଶଂସା କରିଥିଲେ l ସାରପଞ୍ଚ ଶ୍ରୀମତୀ ସସ୍ମିତ ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ l କଟକ, ବଲାଙ୍ଗୀର, କୋରାପୁଟ, ସମ୍ବଲପୁର ରୁ ଆସିଥିବା ନୃତ୍ୟ ଅନୁଷ୍ଠାନ ଓ ତିଲକ ଚକ୍ରବର୍ତ୍ତୀ ଙ୍କ ମେଲୋଡି ରେ ଯୁବ ଦର୍ଶକ ମାନେ ମତୁଆଲା ହୋଇ ମଞ୍ଚ ସମ୍ମୁଖ ରେ ନାଚି ଧୂଳି ଉଡ଼ାଇ ଦେଇଥିଲେ l ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ପନ୍ଦର ହଜାର ରୁ ଉର୍ଦ୍ଧ ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବସି ରହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଚୌଧୁରୀ, କମିଟି ସଂପାଦକ ଦେବ ଦୁର୍ଲ୍ଲଭ କର, ଜୟନ୍ତ ସେନାପତି, ମନୋଜ ରାଉତ, ସଂଗ୍ରାମ ବେହେରା, ନିରଞ୍ଜନ ପରିଡ଼ା, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ଅଲେଖ ମହାରଥା, ରମେଶ ବେହେରା, ଚନ୍ଦ୍ରକାନ୍ତ ସ୍ୱାଇଁ, ଅନନ୍ତ ବିଶ୍ଵାଳ, ବିଚିତ୍ର ପ୍ରଧାନ, ଶାରଦା ପ୍ରସନ୍ନ ସ୍ୱାଇଁ, ଧର୍ମେନ୍ଦ୍ର ସାହୁ, ପ୍ରକାଶ ଦଳାଇ, ରାକେଶ ମଙ୍ଗରାଜ, ପ୍ରଭାତ ସାହୁ, ବିଷ୍ଣୁ ଚରଣ ସାହୁ, କଳ୍ପନା ମହାପାତ୍ର, ଦୀପକ ପଣ୍ଡା, ଉଲ୍ଲାସ ମହାରଥା, ଶୁଭସ୍ମିତା ମଙ୍ଗରାଜ, ରଞ୍ଜନ ସାମଲ, ଜୀବନଧନ ବେହେରା, ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l




