ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାଲପଦା ଛତରକନ୍ଧାରେ ରଜ ମହୋତ୍ସବ ପାଳନ

ଏରସମା, 16/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଳକ ଅନ୍ତର୍ଗତ ବାମଦେଇପୁର ଗ୍ରାମପଞ୍ଚାୟତ ଜାଲପଦା (ଛତର କନ୍ଧା) ମହାବିର ହନୁମାନଙ୍କ ପିଠରେ ମହାବୀର ଯୁବକସଂଘ ପକ୍ଷରୁ ନବମ ବାର୍ଷିକ ରଜ ମହୋତ୍ସବ ପାଳନ କରାଯାଉଛି। ନବମ ବାର୍ଷିକ ରଜ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ବାମଦେଇପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହରିହର ଲିଙ୍ଗରାଜ ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟ ବ୍ୟକ୍ତା ଭାବେ ତିନି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ,ସମ୍ମାନିତ ଅତିଥି ଭାବେ ବାମଦେଇପୁର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ବିକ୍ରମ ମହାପାତ୍ର, ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ, ସମବାୟ ବିତ୍ ସମୀର ରଞ୍ଜନ ସ୍ୱାଇଁ ଯୋଗଦେଇଥିଲେ । ବିଧାୟକ ଶ୍ରୀଯୁକ୍ତ ଜେନା ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ଜେଳନ କରିବା ସହିତ ଜନସାଧାରଣଙ୍କୁ ରଜର ଅଭିନନ୍ଦନ ଶୁଭେଚ୍ଛା ଜଣାଇଥିଲେ।ଦିନକୁ ଦିନ ପୁରୁଣା ସଂସ୍କୃତି ଭାଇଚାର ଲୋପ ପାଇବାକୁ ବସୁଥିବା ବେଳେ ଜାଲପଦା ଗ୍ରାମବାସୀମାନେ ଏକତ୍ରିତ ହେବା ସହିତ ଆଜିର ଯୁବ ପିଢିମାନେ ଏକାଠି ହେଇ ଏହି ଉତ୍ସବକୁ ରାଜନିତି ନକରି ମିଳିମିଶି ଆନନ୍ଦ ଉଲ୍ଲାସର ସହିତ ଗାଁରେ ରଜ ପାଳିବାକୁ ପରାମର୍ଶ ଦେଇଥିଲେ।ତତ୍ସହିତ ଅନୁଷ୍ଠାନ ଦୀର୍ଘଯିବି ହେଉ ଏବଂ ମୋର ଏ ଗାଁ ପ୍ରତି ଭଲ ପାଇବା ଅଛି ଆମେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବୁ।ଆପଣଙ୍କ ସବୁ ଅସୁବିଧାରେ ଆମେ ଆପଣମାନଙ୍କ ସହିତ ଅଛୁ ସମସ୍ତେ ଏକାଠି ହେଇ ବିକାଶ ପଥରେ ଆଗେଇ ଚାଲିବାପାଇଁ ଶ୍ରୀ ଜେନା ପ୍ରକାଶ କରିଥିଲେ ।ରଜ ମହୋତ୍ସବ କମିଟିର ବିଜୟ କୁମାର ସାହୁ, ସୋମ୍ୟରଞ୍ଜନ ସାହୁ, ମଧୁସୂଦନ ପଲାଇ, ମନୋଜ ସ୍ୱ।ଇଁ, ସୁନିଲ ରାଉତ,ସୁରେଶ ଖଟେଇ,ସୈ।ରି ମହାରଣା, ଚନ୍ଦନ କୁମାର ସାହୁଙ୍କ ସମେତ ଜାଲପଦା, ଛତରକନ୍ଧାର ଗ୍ରାମବାସୀମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
1