ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉତ୍କଳ ବେଲମା ସମାଜ ଚାରି ତାଲୁକାର ସାଧାରଣ ସଭା ( ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ସଭାପତି ଭାବେ ନିର୍ବାଚିତ )

ବୁଗୁଡା , 16/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଉତ୍କଳ ବେଲମା ସମାଜର ଘୁମୁସର ତାଲୁକା, ଧରାକୋଟ ତାଲୁକା, ଖାଲସା ତାଲୁକା ଓ ଆଠଗଡ଼ ତାଲୁକାର ସାଧାରଣ ବୈଠକ ବାଲିପଦର ଆସ୍କା ରୋଡ଼ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଜୁନ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାରାୟଣ ବେହେରା ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିବା ପରେ କୁଳଦୀପ ପ୍ରଜ୍ଜ୍ୱଳନ କରି ବିଭୁ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ଚାରି ତାଲୁକାର ୨୨ ଖଣ୍ଡ ପଲ୍ଲୀ କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇ ସମାଜକୁ ସୁଦୃଢ କରିବା ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ସ୍ଥିର କରାଗଲା। ସର୍ବସମ୍ମତି କ୍ରମେ ଚାରି ତାଲୁକା କମିଟିର ସଭାପତି ଭାବେ ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି – କବିରାଜ ନାୟକ, ସମ୍ପାଦକ – ନାରାୟଣ ବେହେରା, କୋଷାଧ୍ୟକ୍ଷ – ପ୍ରଫୁଲ ନାହାକ, କୁଳାଧିକାରୀ – ବାଳକୃଷ୍ଣ ନାୟକ ଓ ସୂର୍ଯ୍ୟକାନ୍ତ ନାୟକ ଏବଂ ଉପଦେଷ୍ଟା ଭାବେ କାମେଶ୍ବର ବେହେରା, ଭୀମସେନ ବେହେରା ଓ ପ୍ରଭାକର ପ୍ରଧାନ ନିର୍ବାଚିତ ହୋଇଥିଲେ ଶେଷରେ ବଳରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେl
1