ଏରସମା, 16/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକଙ୍କ ରିପୋର୍ଟ)
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପଂଚାୟତ ର ବୈକୁଣ୍ଠ ନାରାୟଣ ଉ.ପ୍ରା ବିଦ୍ୟାଳୟ ରେ ପୂରାତନ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ ହୋଇଅଛି। ଏହି ଉତ୍ସବ ରେ ୨୦୦୭ ଵ୍ୟାଚ୍ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତି ରହି ଅତି ଆନନ୍ଦର ସହିତ ପାଳନ କରିଥିଲେ। ଦୀର୍ଘ ୧୮ ବର୍ଷର ସ୍ମୁତି କୁ ମନେ ପକାଇ ଆଗାମୀ ଦିନରେ ବନ୍ଧୂତକୁ ଦୃଢ଼ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ବନ୍ଧୁ ମିଳନ ପର୍ବରେ ଅବସପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହିତ ସ୍କୁଲ୍ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ସେଥି ମଧ୍ୟରୁ ଅବସର ପ୍ରାପ୍ତ ଶିକ୍ଷକ ନିରଞ୍ଜନ ଭୋଳ, ଗୌରାଙ୍ଗ ଚନ୍ଦ୍ର ଦାଶ, ଦୁର୍ଲଭ ନନ୍ଦ ଦାସଙ୍କ ସହିତ ବର୍ତ୍ତମାନ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ସୁଚିତ୍ରା ନନ୍ଦ, ସରୋଜ କୁମାର ବେହେରା, ଅଞ୍ଜନି ନାୟକଙ୍କୁ ସର୍ବପ୍ରଥମେ ଛାତ୍ର ଛାତ୍ରୀ ମାନେ ବନ୍ଦାପନା କରି ସମ୍ମାନିତ କରିଥିଲେ। ଦୀର୍ଘ ଦିନର ଏହି ମିଳନ ରେ ସମସ୍ତେ ଭାବ ବିହ୍ୱୋଳ ହୋଇ ପଡ଼ିଥିଲେ । ଛାତ୍ରଛାତ୍ରୀ ମାନଙ୍କ ର ଏହି ବନ୍ଧୁ ମିଳନ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅତ୍ୟନ୍ତ ଖୁସି ହୋଇ ଛାତ୍ର ଛାତ୍ରୀ ମାନଂକର ଉଜ୍ଜଳ ଭବଷ୍ୟତ ପାଇଁ ଆଶ୍ରିବାଦ କରିଥିଲେ।