ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାଲପଦା ଛତରକନ୍ଧାରେ ରଜ ମହୋତ୍ସବ ଉଦଯାପିତ

ଏରସମା, 16/06/2025, ଉତ୍କଳ voice news - utkalvoicenews.com(ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ)
Article Image
ଏରସମା ବ୍ଳକ ଅନ୍ତର୍ଗତ ବାମଦେଇପୁର ଗ୍ରାମପଞ୍ଚାୟତ ଜାଲପଦା (ଛତର କନ୍ଧା) ମହାବିର ହନୁମାନଙ୍କ ପିଠରେ ମହାବୀର ଯୁବକସଂଘ ପକ୍ଷରୁ ନବମ ବାର୍ଷିକ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି। ନବମ ବାର୍ଷିକ ରଜ ମହୋତ୍ସବର ତୃତୀୟ ସଂଧ୍ୟାରେ ସମାଜସେବୀ ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ବ୍ଲକ ଉପାଧ୍ୟକ୍ଷ ଜ୍ଞାନ ରଞ୍ଜନ ସ୍ୱ।ଇଁ ,ମୁଖ୍ୟ ବ୍ୟକ୍ତା ଭାବେ ଡ଼ ରବିନ୍ଦ୍ର ମଲ୍ଲିକ ,ସମ୍ମାନିତ ଅତିଥି ଭାବେ ତ୍ରିଲୋଚନ ସ୍ୱ।ଇଁ, ରତିକାନ୍ତ ସ୍ୱ।ଇଁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସ୍ୱ।ଇଁ ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ଜେଳନ କରିବା ସହିତ ଜନସାଧାରଣଙ୍କୁ ରଜର ଅଭିନନ୍ଦନ ଶୁଭେଚ୍ଛା ଜଣାଇଥିଲେ।ଦିନକୁ ଦିନ ପୁରୁଣା ସଂସ୍କୃତି ଭାଇଚାର ଲୋପ ପାଇବାକୁ ବସୁଥିବା ବେଳେ ଜାଲପଦା ଗ୍ରାମବାସୀମାନେ ଏକତ୍ରିତ ହେବା ସହିତ ଆଜିର ଯୁବ ପିଢିମାନେ ଏକାଠି ହେଇ ଏହି ଉତ୍ସବକୁ ରାଜନିତି ନକରି ମିଳିମିଶି ଆନନ୍ଦ ଉଲ୍ଲାସର ସହିତ ଗାଁରେ ରଜ ପାଳିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ମଲ୍ଲିକ ଅନୁଷ୍ଠାନ ଦୀର୍ଘଯିବି ହେଉ ଏବଂ ମୋର ଏ ଗାଁ ପ୍ରତି ଭଲ ପାଇବା ଅଛି ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବୁ।ଆପଣଙ୍କ ସବୁ ଅସୁବିଧାରେ ଆମେ ଆପଣମାନଙ୍କ ସହିତ ଅଛୁ ସମସ୍ତେ ଏକାଠି ହେଇ ବିକାଶ ପଥରେ ଆଗେଇ ଚାଲିବାପାଇଁ ପ୍ରକାଶ କରିଥିଲେ ।ରଜ ମହୋତ୍ସବ କମିଟିର ବିଜୟ କୁମାର ସାହୁ, ସୋମ୍ୟରଞ୍ଜନ ସାହୁ,ମନୋଜ ସ୍ୱ।ଇଁ, ସୁନିଲ ରାଉତ,ସୁରେଶ ଖଟେଇ,ସୈ।ରି ମହାରଣା, ଚନ୍ଦନ କୁମାର ସାହୁଙ୍କ ସମେତ ଜାଲପଦା, ଛତରକନ୍ଧାର ଗ୍ରାମବାସୀମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
1