ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ସ୍ଥରୀୟ ରଜ ମହୋତ୍ସବ ଉଦଯାପିତ

ଏରସମା, 17/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଳକ ଅନ୍ତର୍ଗତ କୁଞ କୋଠୀ ଗ୍ରାମପଞ୍ଚାୟତ କନାଗୁଳି ଗ୍ରାମରେ ଯୁଗଜ୍ୟୋତି ପାଠାଗାର ପକ୍ଷରୁ ପଞ୍ଚାୟତ ସ୍ଥରୀୟ ଦ୍ୱିତୀୟ ବାର୍ଷିକ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି। ଦ୍ୱିତୀୟ ବାର୍ଷିକ ପଞ୍ଚାୟତ ସ୍ତରୀୟ ରଜ ମହୋତ୍ସବର ତୃତୀୟ ସଂଧ୍ୟାରେ ସମାଜସେବୀ ନରେଶ ଜେନା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜଗତ୍‌ସିଂହପୁର ସାଂସଦ ଡା କୁଳମଣୀ ସାମଲ ,ମୁଖ୍ୟ ବ୍ୟକ୍ତା ଭାବେ ପାର୍ଥସାରଥି ରାଉତ ,ସମ୍ମାନିତ ଅତିଥି ଭାବେ ଗୋବିନ୍ଦ ପାତ୍ର , ଅମଲ ସାସମଲ , କ୍ଷିରୋଦ ପରିଡ଼ା, ଦିପକ ନାୟକ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସାମଲ ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ଜେଳନ କରିବା ସହିତ ଜନସାଧାରଣଙ୍କୁ ରଜର ଅଭିନନ୍ଦନ ଶୁଭେଚ୍ଛା ଜଣାଇଥିଲେ।ଦିନକୁ ଦିନ ପୁରୁଣା ସଂସ୍କୃତି ଭାଇଚାର ଲୋପ ପାଇବାକୁ ବସୁଥିବା ବେଳେ ଯୁଗଜ୍ୟୋତି ପାଠାଗାର ର ସଦସ୍ୟ ଏକତ୍ରିତ ହୋଇ ଏପରି ଏକ କାର୍ଯ୍ୟକ୍ରମ କରି ଆସୁଥିବା ରୁ ଯୁବକ ମାନଙ୍କୁ ସାଧୁବାଦ ଜଣାଇ ଥିଲେ। ଆଗାମୀ ଯୁବପିଢି ମାନେ ଏକାଠି ହେଇ ଏହି ଉତ୍ସବକୁ ରାଜନିତି ନକରି ମିଳିମିଶି ଆନନ୍ଦ ଉଲ୍ଲାସର ସହିତ ଗାଁରେ ରଜ ପାଳିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ରାଉତ ଅନୁଷ୍ଠାନ ଦୀର୍ଘଯିବି ହେଉ ଏବଂ ମୋର ଏ ଗାଁ ପ୍ରତି ଭଲ ପାଇବା ଅଛି ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବୁ।ଆପଣଙ୍କ ସବୁ ଅସୁବିଧାରେ ଆମେ ଆପଣମାନଙ୍କ ସହିତ ଅଛୁ ସମସ୍ତେ ଏକାଠି ହେଇ ବିକାଶ ପଥରେ ଆଗେଇ ଚାଲିବାପାଇଁ ପ୍ରକାଶ କରିଥିଲେ ।ରଜ ମହୋତ୍ସବ କମିଟିର ସଭାପତି - ମିହିର ନାୟକ, ସଂପାଦକ - ଆଲୋକ ନାୟକ, ସହ ସଂପାଦକ -ଦୃଷିକେଶ ଦାସ, କୋଷାଧ୍ୟକ୍ଷ-ପ୍ରଶାନ୍ତ ନାୟକ,ବାପିନା ରାଉତ, ସଂଗ୍ରାମ ପଲେଇ, ସୁଜିତ ସେଠୀ,ରାଜୁତ ଦାସ ,ଙ୍କ ସମେତ କୁଞକୋଠୀ ପଞ୍ଚାୟତ ରଜ ମହୋତ୍ସବ କମିଟି ସଦସ୍ୟମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ପରିଶେଷରେ ରଜ କୁଇନ ପ୍ରତିଯୋଗୀତା କରାଯାଇ ପ୍ରଥମ ସ୍ଥାନ ଅଧିକାର କରିଥିବ ଅଞ୍ଜଳି ସ୍ଵାଇଁଙ୍କୁ ଟ୍ରଫି ଓ ଅର୍ଥରାଶି ସହ ପୁରସ୍କାରିତ କରାଯାଇ ଥିଲା l
Article Image
1