ରାହାମା, 10/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ରାହାମା ବଜାର ମୁଥୁଟ ମରକାନଟାଇଲି ଲିମିଟେଡ ସୁନା ଋଣ ତାହାର ଓଡ଼ିଶା ପ୍ରଦେଶ ର ୪୩ ତମ ଶାଖା ଉଦଘାଟନ ହୋଇଯାଇଛି ।
ରାହାମା ଏକ ବାଣିଜିକ ପେଣ୍ଠ ସ୍ଥଳୀ ହୋଇଥିବାରୁ ବିଭିନ୍ନ ସୁନା ଋଣ ସଂସ୍ଥା ମାନଙ୍କ ମଧ୍ୟ ରେ ପ୍ରତିଯୋଗିତା ହେଉଛି ।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ସୁଦାମ ଚରଣ ସ୍ୱାଇଁ ଯୋଗ ଦେଇଥିଲେ ଏବଂ ଉଦଘାଟକ ରୂପେ ରାହାମା ବଜାର କମିଟି ସଭାପତି ଶିଶିର କୁମାର ଦାସ, ସମ୍ମାନୀୟ ଅତିଥି ରୂପେ ମୁଥୁଟ ମରକାନଟାଇଲି ଲିମିଟେଡ ତରଫ ରୁ ଆଞ୍ଚଳିକ ଶାଖା ପରିଚାଳକ ଅଶୋକ କୁମାର ସାମନ୍ତରାୟ , ସହ ଆଞ୍ଚଳିକ ଶାଖା ପରିଚାଳୀକା ମୁମିନି ସିନ୍ନା , ଦୁର୍ନୀତି ନିବାରଣ ଅଧିକାରୀ ଗୁଣମଣୀ ନାୟକ, ଏରିଆ ମ୍ୟାନେଜର ସୁଶାନ୍ତ କୁମାର ନାୟକ , ଆର୍ଥିକ ଶାଖା ପରିଚାଳକ ପ୍ରବେଶ କୁମାର ସାସମଲ ,ରାହାମା ଶାଖା ପରିଚାଳକ ପାର୍ଥସାରଥୀ ସାମନ୍ତରାୟ , ସହ ଶାଖା ପରିଚାଳକ ସୁବାସ ଖୁଣ୍ଟିଆ , ଗ୍ରାହକ ସେବା ଅଧିକାରୀ କ୍ଷୀରୋଦ କୁମାର ସ୍ବାଇଁ ଏବଂ ସନ୍ତୋଷ କୁମାର ଶତପଥୀ ଉପସ୍ଥିତ ଥିଲେ ।
କିଶୋର କୁମାର ସ୍ବାଇଁ, ସୌଭାଗ୍ୟ କୁମାର ସ୍ବାଇଁ ଓ ଚିତ୍ତରଞ୍ଜନ ସାହୁ ସମେତ ଶତାଧିକ ଗ୍ରାହକ ମାନେ ଉପସ୍ଥିତ ରହି ସୁନା ଋଣ ନୀତି ନିୟମ ବିଷୟ ରେ ଆଲୋଚନା କରି ଥିଲେ ଶାଖା ପରିଚାଳକ ପାର୍ଥସାରଥୀ ସାମନ୍ତରାୟ
କିଭଳି ଗ୍ରାହକ ମାନଙ୍କୁ ସୁବିଧା ଓ କମ ସମୟ ମଧ୍ୟ ରେ ଋଣ ପ୍ରଦାନ କରାଯିବା ସହ ଯଥା ସମ୍ଭବ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇ ଥିଲେ ।