ଏରସମା, 17/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ କାଣୀପଦା ଗ୍ରାମର ଜୟନ୍ତୀ ଲେଙ୍କା ଓ ପ୍ରକାଶ ଲେଙ୍କାଙ୍କ ଝିଅ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଲେଙ୍କା ଚଳିତ ବର୍ଷ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ୫୭୭ ନଂ ରଖ୍ କୃତକାର୍ଯ୍ୟ ହୋଇଛନ୍ତି। ସୁଶ୍ରୀ ପ୍ରିୟଙ୍କା ସର୍ବ ଭାରତୀୟ ସ୍ତରରେ National Eligibility cum Entrance Test (NEET) ରେ ଟପ୍ପର ହୋଇଛନ୍ତି । All India rank ୪୦୩୦ ଥିବା ବେଳେ category rank ୨୦୫୩ ରହିଛି । ସମଗ୍ର ଭାରତରେ ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରେ ୬୮ ହଜାର ପିଲା ପରୀକ୍ଷା ଦେଇଥିଲେ । ଓଡ଼ିଶାରେ ସମୁଦାୟ ସରକାରୀ ସିଟ୍ ୧୬୦୦ ରହିଥିବା ବେଳେ ସେଥିରୁ ପ୍ରୀୟଙ୍କା ପ୍ରିୟଦର୍ଶିନୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟଙ୍କା ଖାଲି କାଣିପଦା ଗ୍ରାମ ପାଇଁ ନୁହଁ ଜଗତସିଂହପୁର ଜିଲ୍ଲା ପାଇଁ ଏହା ଏକ ଗର୍ବ ରେ ବିଷୟ। ପ୍ରିୟଙ୍କା ଜଣେ ଅତ୍ୟନ୍ତ ମେଧାବୀ ଛାତ୍ରୀ ଅଟନ୍ତି।ପ୍ରିୟଙ୍କା ଏରସମା ନୋଡାଲ ହାଇ ସ୍କୁଲରେ ଅଧ୍ୟୟନ କରି ମେଟ୍ରିକ୍ ପରୀକ୍ଷା ରେ ୫୭୮ ମାର୍କ (୯୬.୫%) ରଖି ଟପ୍ପର ହୋଇଥିଲେ ।ପରେ ଯୁକ୍ତ ଦୁଇ ବିଜ୍ଞାନରେ ରେଭେନ୍ସା ମହାବିଦ୍ୟାଳୟରେ ସର୍ବାଧିକ ୯୪.୫ ପ୍ରତିଶତ ନଂ ରଖି ଟପ୍ପର ହବା ସହ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଥିଲେ। ସୁଶ୍ରୀ ପ୍ରିୟଙ୍କା ସର୍ବ ଭାରତୀୟ ସ୍ତରରେ ୯୯.୮୧ ପ୍ରତିଶତ ନଂ ସହିତ ୪୦୩୦ ରେଙ୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କ ପିତା,ମାତା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଞ୍ଚଳ ବାସୀମାନେ ବହୁତ୍ ଖୁସି ହେବା ସହିତ ପ୍ରିୟଙ୍କା ଙ୍କୁ ପ୍ରଶଂସା କରିଛନ୍ତି ।

