ଜଗତସିଂହପୁର, 17/06/2025, ଉତ୍କଳ voice news - utkalvoicenews.com

କୁଜଙ୍ଗ,ନିପ୍ର, ଓଡିଶା ରାଜ୍ୟ ତାଇକୋଣ୍ଡୋ ଆସୋସିଏସନ୍ ର ବାର୍ଷିକ ସାଧାରଣ ବୈଠକ ତା,୧୫/୬/୨୫ ରିଖ ଭଦ୍ରକ ଜିଲାର ହୋଟେଲ ଓରିୟନ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମଗ୍ର ରାଜ୍ୟରୁ ତାଇକୋଣ୍ଡୋ ଆସୋସିଏସନ୍ ର ଜିଲ୍ଲା ପ୍ରତିନିଧି ଓ ରାଜ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ। ଏହି ବୈଠକରେ ନୂତନ ଭାବେ ମନୋନୀତ ହୋଇଥିବା ଓଡିଶା ତାଇକୋଣ୍ଡୋ ଆସୋସିଏସନ୍ କୁ ଅଲୋମ୍ପିକ ଆସୋସିଏସନ୍ ଓ ଜାତୀୟ ତାଇକୋଣ୍ଡୋ ଫେଡରସନ ତରଫରୁ ସ୍ବିକୃତ୍ତି ମିଳିଥିବା ବିଷୟରେ ରାଜ୍ୟ କର୍ମକର୍ତ୍ତା ମାନେ ସଭିଙ୍କୁ ଅବଗତ କରାଇଥିଲେ।ଓଡ଼ିଶାରେ ତାଇକୋଣ୍ଡୋ କ୍ରୀଡାର ବ୍ୟାପକ ପ୍ରସାର କରାଯାଇ କିପରି ଅଧିକରୁ ଅଧିକ କ୍ରୀଡାବିତ୍ ମାନଙ୍କୁ ଏଥିରେ ସାମିଲ୍ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।ରାଜ୍ୟ ତାଇକୋଣ୍ଡୋ ଆସୋସିଏସନ୍ ର ବରିଷ୍ଠ କର୍ମକର୍ତ୍ତା ମାନେ କିପରି ଏହି କ୍ରୀଡାର ବିକାଶ ପାଇଁ ସରକାରୀ ପ୍ରୋତ୍ସାହନ ମିଳି ପାରିବ ସେଥିପ୍ରତି ଆଲୋକ ପାତ କରିଥିଲେ।ପ୍ରତି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ମାନଙ୍କୁ ଏହି କ୍ରୀଡ଼ାର ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଜଗତସିଂହପୁର ଜିଲ୍ଲା ତରଫରୁ ଏହି ବୈଠକରେ ସଭାପତି ଭାବେ ଶ୍ରୀଯୁକ୍ତ କାହ୍ନୁଚରଣ ମଲ୍ଲିକ ଓ ସଂପାଦକ ଭାବେ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସ୍ୱ।ଇଁ ମନୋନୀତ ହୋଇଥିଲେ। ଭବିଷ୍ୟତରେ ଜଗତସିଂହପୁର ଜିଲ୍ଲାରେ ଏହି କ୍ରିଡ଼ାକୁ ବ୍ୟାପକ ପ୍ରସାର କରାଯାଇ କ୍ରିଡାବିତ୍ ମାନଙ୍କୁ କିପରି ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ତାଲିମ୍ ଦିଆଯାଇପାରିବ ସେଥିପ୍ରତି ଜୋର ଦିଆଯାଇଥିଲା।