ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନବିଭାଗ ପକ୍ଷରୁ ମା ଙ୍କ ନାମରେ ଗଛ ଟିଏ କାର୍ଯ୍ୟକ୍ରମ

ଏରସମା, 18/06/2025, ଉତ୍କଳ voice news - utkalvoicenews.com
Article Image
ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ସାରା ରାଜ୍ୟରେ ମାଗଣା ଗଛ ବଣ୍ଟନ କରାଯାଉଛି l କୁଜଙ୍ଗ ରେଞ୍ଜ ଅଧୀନ ବାଲିତୁଠ ଫରେଷ୍ଟ ପକ୍ଷରୁ ମଧ୍ୟ ମା ପାଇଁ ଗଛ ଟିଏ ଯୋଜନାରେ ଗଛ ବଣ୍ଟନ କରାଯାଇଛି l ଫରେଷ୍ଟର ପଦ୍ମଲାଭ ରାଉତ ଓ ରାଜେଶ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ବନରକ୍ଷକ ପ୍ରଦୀପ ଦାସ ଏରସମା ବ୍ଲକର ଢିଙ୍କିଆ, ଗଡ଼କୁଜଙ୍ଗ, ନୂଆଗାଁ,ବାମଦେଇପୁର, ବାଲିତୁଠ,ଚଟୁଆ, ବଳେଇପୁରୁ ଆଦି ପଂଚାୟତରେ ଲିମ୍ବ, ଝାଉଁ, ଜାମୁ, ଆକାଶିଆ ବେଲଜିଅମ ଆଦି ଗଛ ବଣ୍ଟନ ହୋଇଥିଲା l ଅଧୁନା ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ଗଛ ଲଗାଇବା ଜରୁରୀ ହୋଇ ପଡିଛି l ଗଛ ନ ଲଗାଇଲେ ଜନ ଜୀବନ ରକ୍ଷା କରିବା କଷ୍ଟ ହୋଇ ପଡିବ l ଏଣୁ ସରକାର ଙ୍କ ପକ୍ଷରୁ ମାଗଣା ଗଛ ବଣ୍ଟନ କରାଯାଉଛି l ପ୍ରତି ପଂଚାୟତ ରେ ଲୋକମାନେ ନିଜ ବାଡ଼ି ରେ ଦୁଇଟି ଗଛ ଲଗାଇ ପରିବେଶକୁ ବଞ୍ଚାଇବା ଉଚିତ। ଆଗାମୀ ଦିନରେ ପ୍ରତି ପଂଚାୟତରେ ମାଗଣା ଗଛ ବଣ୍ଟନ କରାଯିବ ବୋଲି ଫରେଷ୍ଟର ଶ୍ରୀ ରାଉତ ସୂଚନା ଦେଇଛନ୍ତି।
Article Image
Article Image
10