ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିକାଶ ମେଳା

ବୁଗୁଡ଼ା, 18/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିକାଶ ମେଳା ରଥକୁ ପତକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ପରିଷଦ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ପ୍ରଧାନ, ଶିଶୁ ପ୍ରକଳ୍ପ ଅଧିକାରୀଣୀ ବବିତା କୁମାରୀ ପଣ୍ଡା ସମେତ ସାତ ଜଣ କାଉନସିଲର ମଞ୍ଚାସିନ ହୋଇଥିଲେ।ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ମନ୍ତ୍ରୀ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଇବା ସହିତ ଏହାର ଫାଇଦା ନେବାପାଇଁ ନିବେଦନ କରିଥିଲେ। ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଏକତ୍ରିତ ହୋଇ ଏକ ସୁନ୍ଦର ରୂପେ ଗଠନ କରିବା ସମସ୍ତଙ୍କର ସହଯୋଗ କାମନା କରିଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ। ଏହାସହିତ ପରିଷଦର ୨୭ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ଭତ୍ତା ପ୍ରଦାନ କରାଯାଇଥିଲା।ପରେ ବିକାଶ ମେଳା ରଥ ବିଜ୍ଞାପିତ ଅଞ୍ଚଳ ପରିଷଦ ସମସ୍ତ ଓ୍ବାର୍ଡ ବୁଲି ମୁଖ୍ୟମନ୍ତ୍ରୀ ଙ୍କ ସଚେତନତା ବାର୍ତ୍ତା ଭିଡିଓ ମାଧ୍ଯମରେ ପ୍ରଦାନ କରିଥିଲେ।
Article Image
Article Image
10