ଏରସମା, 19/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ଦର୍ଶକ ବନ୍ଧୁ ଏମିତି ଏକ ଦୁଃଖଦ ଖବର ଯାହାକି ଭୁବନେଶ୍ୱର ସ୍ଥିତ CRP chhaka ନିକଟସ୍ଥ ଏକ କ୍ୟାଫେ ରେଷ୍ଟୁରାଣ୍ଟ ରେ ଘଟିଛି । ଉକ୍ତ ରେଷ୍ଟୁରାଣ୍ଟ କାମ କରୁଥିବା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଇଦା ପଂଚାୟତ ର ବଡପାଳ ଗ୍ରାମର ଯୁବକ ଚକୃଷ୍ଣନ୍ଦ୍ର ମହାନ୍ତି ଙ୍କ ର ପୁଅ ଅବକାଶ ମହାନ୍ତି ( ଅଭି ),ବୟସ ୨୩ ଙ୍କର ମଙ୍ଗଳ ବାର ଦିନ ସକାଳ ପ୍ରାୟ ୮ ଟା ମୃତ୍ୟୁ ଘଟିଛି । ତାଙ୍କର ଶରୀର ଉକ୍ତ ରେଷ୍ଟୁରାଣ୍ଟ ଏକ ବନ୍ଦ କୋଠରୀ ଭିତରେ ଥିଲା । ଘର ର ପଛପଟୁ ବନ୍ଦ୍ ଥିଲା ଏବଂ ତାଙ୍କର ଶବ ଫ୍ୟାନ ରେ ଝୁଲୁଥିଲା । ପରିବାର ଲୋକଙ୍କ କଥା ଅନୁଯାଇ ରଜ ଛୁଟିରେ ସେ ଘରକୁ ଆସି ନିଜ ସାନ ଭଉଣୀ ହାତରେ ମେହେନ୍ଦି କରି ପରିବାର ଲୋକଙ୍କ ସହିତ ବେଶ ଖୁସିରେ ଥିଲେ। ରଜ ଛୁଟି ସାରି ସୋମବାର ୧୬ ତାରିଖ ଦିନ ଭୁବନେଶ୍ଵର ନିଜ କର୍ମ କ୍ଷେତ୍ରକୁ ଫେରିଆସିଥିଲେ। କିନ୍ତୁ ମଙ୍ଗଳ ବାର ୧୭ ତାରିଖ ଦିନ ସକାଳ ପ୍ରାୟ ୮ ଟା ସମୟ ରେ ଘରକୁ ଫୋନ କଲ୍ ଆସିଲା ଯେ କି ତୁମ ପୁଅର ମୃତ୍ୟୁ ହୋଇଛି। ପୁଅର ମୃତ୍ୟୁ ଖବର ଶୁଣି ପରିବାର ଓ ବନ୍ଧୁ ବାନ୍ଧବ ପହଞ୍ଚି ଯାଇଥିଲେ ଭୁବନେଶ୍ଵର ରେ ।ପ୍ରଥମେ ତ ପରିବାର ଲୋକ ଅଭିଯୋଗ କରୁଥିଲେ କିଏ ତାଙ୍କ ପୁଅ କୁ ହତ୍ୟା କରିଛି ବୋଲି କିନ୍ତୁ ପରେ ତା ଆତ୍ମ ହତ୍ୟା ବୋଲି ଜଣାପଡିଛି। ପୋଲିସ ରୁମ୍ ଭିତରୁ ମୋବାଇଲ ସଂଗ୍ରହ କରି ଶବ ବ୍ୟବଚ୍ଛେଦ ପାଇଁ ୬ ନମ୍ୱର କ୍ୟାପିଟାଲ ହସ୍ପିଟାଲ କୁ ପଠାଇଥିଲେ ।କିନ୍ତୁ ସେଠାରେ ଡକ୍ଟର ଦେଖିଥିଲେ କି ମୃତ୍ୟୁ ବ୍ୟକ୍ତିଙ୍କର ଆଖି ଦୁଇଟି ଭଲ ଅଛି ।ପରିବାର ଲୋକଙ୍କୁ ଜଣେଇବାରୁ ପରିବାର ଲୋକ ନିଜ ମୃତ ପୁଅର ଚକ୍ଷୁ ଦାନ କରିଦେଇଥିଲେ । ଅଭି ସିନା ଏ ସଂସାରର ରୁ ଚାଲିଗଲା ହେଲେ ସେ କାହାରି ଆଖିରେ ସେ ଦୁନିଆ ଆଗରେ ଜୀବିତ ହୋଇ ରହିଗଲା । ଆଉ ଏ ସମାଜ ପାଇଁ ପରିବାର ପାଇଁ ଅମର ହୋଇଗଲା।
