ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ବିକାଶ ବାହାନ କୁ ଜୋରଦାର ସ୍ବାଗତ l

ପାରାଦୀପ ଗଡ, 19/06/2025, ଉତ୍କଳ voice news - utkalvoicenews.com
Article Image
ରାଜ୍ୟ ସରକାରଙ୍କ ଏକ ବର୍ଷ ର ସଫଳତା କୁ ଗାଁ ଗାଁ ରେ ପହଞ୍ଚାଇବା ପାଇଁ ବିକାଶ ବାହାନ ସରା ରାଜ୍ୟରେ ଭ୍ରମଣ କରୁଥିବା ବେଳେ ଆଜି ଅପରାହ୍ନରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ପଞ୍ଚାୟତ ତରଫରୁ "ବିକାଶ ବାହାନ" କୁ ଜୋରଦାର ସ୍ବାଗତ କରାଯାଇଛି l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ବିକାଶ ବାହାନ କୁ ସ୍ୱାଗତ କରିବା ପରେ ଏକ ବର୍ଷ ମଧ୍ୟରେ ନୂତନ ସରକାର ନେଇଥିବା କେତେକ ଯୁଗାନ୍ତକାରୀ ପଦକ୍ଷେପ ସଂମ୍ପର୍କରେ ବକ୍ତବ୍ୟ ଦେଇଥିଲେ l ଯେପରିକି ସୁଭଦ୍ରା ଯୋଜନା, କୃଷକଙ୍କୁ କ୍ଵିଣ୍ଟାଲ ପ୍ରତି ୮୦୦ ଟଙ୍କା ବୋନସ, ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା, ଶିଳ୍ପ ପାଇଁ ବ୍ୟାପକ ପୁଞ୍ଜି ନିବେଶ ଉପରେ ବକ୍ତବ୍ୟ ଦେଉଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏମ.ବି,କେ. କଳ୍ପନା ମହାପାତ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ଜେନା, ସି.ଆର୍.ପି,. ମିଲି ମଲ୍ଲିକ, ପ୍ରମିଳା ବେହେରା, ଏ.ଡି.ଇ.ଓ. ସିପ୍ର ରାଣୀ ପତି, ରେବତୀ ସ୍ବାଇଁ, କଳ୍ପନା ଦାସ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ l ସରପଞ୍ଚ ୧୯ ବିଧାବା ଓ ଭିନ୍ନକ୍ଷମ ଙ୍କୁ ଭତ୍ତା ପ୍ରଦାନ କରିଥଲେ l ୧୧୦ ଙ୍କୁ ବାୟୋ ବନ୍ଦନା ଯୋଜନାରେ ଅନ୍ତର୍ଭୁକ୍ତ କରଯାଇଥିଲା l ଆଗାମୀ ଦିନରେ ପଞ୍ଚାୟତ ରେ ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ସରପଞ୍ଚ ଶ୍ରିମତି ପ୍ରକାଶ କରିଥଲେ l
Article Image
Article Image
Article Image
Article Image
Article Image
1