ପାରାଦୀପ ଗଡ, 19/06/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ଓ ନୀମିଢି ମହୁମୁଖି ବାତ୍ୟା/ବନ୍ୟା ସ୍ଥଳ ରେ ଜାତୀୟ ବିପର୍ଜୟ ପରିଚାଳନା ସାମୁହିକ ଅଭ୍ୟାସ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସରପଞ୍ଚ ତଥା ସଭାପତି ଶ୍ରୀମତୀ ସସ୍ମିତା ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ କୁଜଙ୍ଗ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାନ୍ତି, କୁଜଙ୍ଗ ଅଗ୍ନିଶମ ବିଭାଗ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବିଶ୍ବାଳ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଯୋଗଦେଇ ବାତ୍ୟା, ବନ୍ୟା ଓ ରାସାୟନିକ ଗ୍ୟାସ ବିପର୍ଯ୍ୟୟ ସମୟରେ କିପରି ଭାବେ ପୀଡ଼ିତ ମାନଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳ କୁ ଅଣାଯାଇ ସୁବିଧା ସୁଯୋଗ ଯୋଗାଇ ଦିଆ ପାରିବ ସେ ସମ୍ପର୍କରେ ସଚେତନ କରିବା ସହିତ ପ୍ରତେକ୍ଷ ଭାବେ କରି ଦେଖାଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବି ସଞ୍ଜୟ କୁମାର ବେହେରା, ନିମୀଢ଼ି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ର ସମ୍ପାଦକ ମନୋଜ ରାଉତ, ପାରାଦୀପ ଗଡ ର ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ଦେବ ଦୁର୍ଲ୍ଲଭ କର, ଅଲେଖ ମହାପାତ୍ର, ମିନାକ୍ଷୀ ସ୍ଵାଇଁ ପ୍ରମୁଖ ଯୋଗଦେଇ ଥିଲେ l