ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗରାଦେଇପୁରରେ ରଜ ମହୋତ୍ସବ ଉଦଯାପିତ

ଏରସମା, 19/06/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତର ଗରାଦେଇପୁର ଗ୍ରାମରେ ବଜରଙ୍ଗୀ ଯୁବକ ସଂଘ ପକ୍ଷରୁ ଚତୁର୍ଥ ବାର୍ଷିକ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ଯକ୍ରମରେ ଯୁବ ସମାଜସେବୀ ଗଣେଷ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଦିନକୁ ଦିନ ପୁରୁଣା ସଂସ୍କୁତି, ଭାଇଚାରା ଲୋପପାଇବାକୁ ବସୁଥିବା ବେଳେ ଗରାଦେଇପୁର ଗ୍ରାମବାସୀ ଓ ଯୁବକ ସଂଘ ଏକତ୍ରିକ ହେବା ସହିତ ଆଜିର ଯୁବପିଢ଼ି ମାନେ ଏକାଠି ହୋଇ ଏହି ମହୋତ୍ସବକୁ ମିଳିମିଶି ଆନନ୍ଦ ଉଲ୍ଲାସର ସହିତ ପ୍ରତିବର୍ଷ ଗ୍ରାମରେ ରଜ ମହୋତ୍ସବ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ତତ୍ ସହିତ ଅନୁଷ୍ଠାନ ଦୀର୍ଘଜୀବି ହେଉ ଏବଂ ମୋର ଏ ଗ୍ରାମ ପ୍ରତି ଭଲପାଇବା ଅଛି ଏବଂ ଆପଣଙ୍କ ସବୁ ସୁବିଧା ଓ ଅସୁବିଧାରେ ଆମେ ଆପଣ ମାନଙ୍କ ସହିତ ଅଛୁ । ସମସ୍ତେ ଏକାଠି ହୋଇ ବିକାଶ ପଥରେ ଆଗେଇ ଚାଲିବା ପାଇଁ ବିଧାୟକ ଶ୍ରୀଯୁକ୍ତ ଜେନା କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ କୃଷ୍ଣଚନ୍ଦ୍ରପୁର ସମବାୟ ସମିତିର ସଭାପତି ସମୀର ରଞ୍ଜନ ସ୍ଵାଇଁ, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ, ସମିତି ସଭ୍ୟାଙ୍କ ପ୍ରତିନିଧି ବିଭୁ ରଞ୍ଜନ ବିଶ୍ଵାଳ, ଅବସରପ୍ରାପ୍ତ ଶିକ୍ଷକ ବିଜୟ ପ୍ରଧାନ, ୱାର୍ଡ ସଭ୍ୟ ବିଜୟ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅତିଥି ମାନଙ୍କ ଦ୍ବାରା ସମସ୍ତ ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ଅରକ୍ଷୀତ ସ୍ଵାଇଁ, ସମ୍ପାଦକ ପାରେଶ୍ଵର ରାଉତ, ନରେଶ ସାହୁ, ବୈୟରାଗୀ ସ୍ଵାଇଁ, ସଞ୍ଜୟ ନାୟକ, ଦିଲ୍ଲୀପ ସ୍ଵାଇଁ, ଭାଗବତ ସ୍ଵାଇଁ, ରଞ୍ଜନ ନାୟକ, ମହେଶ୍ଵର ସ୍ଵାଇଁ, ପ୍ରସନ୍ନ ରାଉତ, ପ୍ରକାଶ ସ୍ଵାଇଁ, ବିକ୍ରମ ରାଉତ, ସୁଜିତ୍ ସ୍ଵାଇଁ, ରଞ୍ଜନ ସାହୁ, ନନ୍ଦି ସ୍ଵାଇଁ, ପରେଶ ସାହୁ, ଫିଲୁ ସ୍ଵାଇଁ, ଧରଣୀ ଲେଙ୍କା, ବାଜନ ସ୍ଵାଇଁ, ନିଲୁ ରାଉତ, ବିକାଶ ପ୍ରଧାନ, କୈଳାସ ରାଉତ, ମାନସ ସ୍ଵାଇଁ, ସନ୍ତୋଷ ଦାସ, ବିକାଶ ସ୍ଵାଇଁ, ଦିପକ ନାୟକ, ଶ୍ରୀଧର ସାହୁ, ସୁଶାନ୍ତ ରାଉତ, ଲିଟୁ ସ୍ଵାଇଁ, ବାସୁଦେବ ପ୍ରଧାନ, ବାପି ରାଉତ, ତପନ ସ୍ଵାଇଁ, ଉପେନ୍ଦ୍ର ସାହୁ, ଲିଟୁନା ସ୍ଵାଇଁ, ବିକ୍ରମ ସ୍ଵାଇଁ ଓ ଗଙ୍ଗାଧର ସ୍ଵାଇଁ ପ୍ରମୁଖଙ୍କ ସମେତ ଯୁବକ ସଂଘର ସମସ୍ତ ସଦସ୍ଯ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
Article Image
1