ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ l

ପାରାଦୀପ ଗଡ, 20/06/2025, ଉତ୍କଳ voice news - utkalvoicenews.com
Article Image
ଆର୍ନ୍ତଜାତୀୟ ଯୋଗ ଦିବସ ଅବସରରେ ପାରାଦୀପ ଗଡ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଯୋଗ ଦିବସ ପାଳନ କରାଯାଇଛି l ଯୋଗଗୁରୁ ଶ୍ରୀ ଶଶାଙ୍କ ଶେଖର ମଙ୍ଗରାଜ ଯୋଗର ଉପକାରିତା ଓ ଯୋଗ ଦ୍ୱାରା କିପରି ରୋଗ କୁ ପ୍ରତିରୋଧ କରାଯାଇ ପାରିବ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ l ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ କହିଥିଲେ ଯେ ବ୍ୟସ୍ତ ବହୁଳ ଜୀବନରେ ନିଜ ଶରୀର ପାଇଁ କିଛି ସମୟ ବାହାର କରି ଯୋଗ କଲେ ରୋଗ ରୁ ମୁକ୍ତି ପାଇ ପାରିବେ l ଅନ୍ୟ ମାନଙ୍କ ମଧ୍ୟରେ ପାରାଦୀପ ଗଡ ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଗଗନ ବିହାରୀ ରାଉତ, ଜୀବନ ଧନ ବେହେରା, ଉମେଶ ତରାଇ, ଶୁକଦେବ ତରାଇ, ଆଇସା ମହାରଥା, ଅଞ୍ଜୁ ପ୍ରଭା ମଙ୍ଗରାଜ, ରୁବିନା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
Article Image
Article Image
Article Image
Article Image
Article Image
1