ଏରସମା, 20/06/2025, ଉତ୍କଳ voice news - utkalvoicenews.com(ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ) :

ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପ୍ରେରିତ ଅନୁଷ୍ଠାନ " ଶ୍ରୀ ଯୋଗ ବେଦାନ୍ତ ସେବା ସମିତି " ଭୁବନେଶ୍ବର ତରଫରୁ ଏରସମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ର ବିଡିଓ , ତହସିଲଦାର ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ସମେତ ଏରସମା ର ବୁଦ୍ଧିଜୀବି ଯୁବକ ଓ ଓଡ଼ିଶା ଜୀବିକା ମିଶନ ର ସ୍ଵୟଂ ସହାୟକ ଦଳ ର ଅନେକ ମା ମାନଙ୍କୁ ନେଇ ଯୋଗ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପ୍ରଥମେ ବିଡିଓ ଶ୍ରୀ ଦାଶରଥି ଜେନା ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଯୋଗ ବେଦାନ୍ତ ସେବା ସମିତି ର ସାଧକ ଲାଲା ଭାଇ ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ଯୋଗ ର ମହତ୍ତ୍ଵ ବୁଝେଇବା ସହିତ ଜୀବନରେ ଯୋଗ ମାଧ୍ୟମରେ କିପରି ଆମେ ସୁନ୍ଦର ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ପାରିବା ଏବଂ ନିଜେ ଇଶ୍ୱରାଭିମୁଖୀ ହୋଇ ପାରିବା ସେଇ ସମ୍ପର୍କ ରେ ବୁଝାଇ ଥିଲେ । ଏହା ସହିତ ସେ ଅନେକ ଯୋଗ କ୍ରିୟା ଯେପରିକି ସର୍ବାଙ୍ଗ ଆସନ , ପାଦ ପଶ୍ଚିମତ୍ତନା ଆସନ , ସୂର୍ଯ ନମସ୍କାର ପ୍ରଭୃତି କରାଇଥିଲେ । ସେବା ସମିତିର ପପୁ ଭାଇ ଓ ସଂଗ୍ରାମ ଭାଇ ଏଥିରେ ସହଯୋଗ କରିଥିଲେ...
ଅନ୍ୟ ମାନଙ୍କ ମଧ୍ୟରେ ଏବିଡିଓ ଜ୍ଞାନେନ୍ଦ୍ର ଲେଙ୍କା , ବିଏସ୍ଏସ୍ଓ ପ୍ରିତମ୍ ନାୟକ , କୋଷାଧ୍ୟକ୍ଷ ଜ୍ଞାନ ରଞ୍ଜନ ବାରିକ୍ ପ୍ରମୁଖ ଏହି ଯୋଗ କାର୍ଯକ୍ରମ ରେ ଭାଗ ନେଇଥିଲା ବେଳେ ଏହି କାର୍ଯକ୍ରମ କୁ ବିଏସ୍ଏସ୍ଓ ପିଏ ନଳିନୀ ରଞ୍ଜନ ମନ୍ତ୍ରୀ ସଂଯୋଜନା କରିଥିଲେ ।
ଏଥିରେ ଅନ୍ୟୁନ୍ୟ ୧୨୦ ଜଣ ଶିବିରାର୍ଥି ଭାଗ ନେଇଥିଲେ ।